ନଭେମ୍ବର ୩୦ ଯାଏଁ ଦେଶରେ ଲାଗୁଥିବା ସମସ୍ତ କୋଭିଡ୍ କଟକଣାକୁ ବୃଦ୍ଧି କଲେ କେନ୍ଦ୍ର ସରକାର
Khabar Odisha:Ceter-extended-corona-guidelines-till-Nov-30

 ନୂଆଦିଲ୍ଲୀ, ଅକ୍ଟୋବର ୨୮(ଖବର ଓଡ଼ିଶା): ଦେଶରେ କରୋନା ସଂକ୍ରମଣକୁ କୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ତ୍ତମାନ ଦେଶରେ ଲାଗୁ ରହିଥିବା ସମସ୍ତ କୋଭିଡ୍ କଟକଣାକୁ ଆଉ ଗୋଟିଏ ମାସ ତଥା ନଭେମ୍ବର ୩୦ ଯାଏଁ ବୃଦ୍ଧି କରିଛନ୍ତି ।

ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପୂବରୁ ସେପ୍ଟେମ୍ବର ମାସରେ ଜାରି କରାଯାଇଥିବା ନିୟମକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରଖିବା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ଶେଷ ଥର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାର୍ବଣ ଗାଇଡଲାଇନ୍ ଜାରି ହୋଇଥିଲା । ଗତ ଅଗଷ୍ଟ ମାସର ଗାଇଡଲାଇନ୍ କୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଓ ଏହାପରେ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଆଉ ସମାନ ନିୟମାବଳୀକୁ ଆଉ ମାସେ ଅର୍ଥାତ୍ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

ଆଜି ପୁରା ଦେଶରେ ୧୬,୧୫୬ ନୂତନ କୋଭିଡ -୧୯ ମାମଲା ରେକର୍ଡ କରିଛି, ଯାହା ବୁଧବାର ଠାରୁ ୨୦% ବୃଦ୍ଧି ପାଇଛି । 

ଦେଶରେ ୭୩୩ ତାଜା ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି, ଯାହା ସମୁଦାୟ ମୃତ୍ୟୁ ସଂଖ୍ୟା ୪,୫୬,୩୮୬ କୁ ଆଣିଛି । ଦେଶରେ ୭୩୩ ତାଜା ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି, ଯାହା ସମୁଦାୟ ମୃତ୍ୟୁ ସଂଖ୍ୟା ୪,୫୬,୩୮୬ କୁ ବୃଦ୍ଧି ପାଇଛି । ଏବଂ ଏହି ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପଦକ୍ଷପ ଗ୍ରହଣ କରାଯାଇଛି ।

  • Tags:

Subscribe

National International State Sports Entertainment