ରାଜ୍ୟରେ ଆଜି ଆଉ 10 ଜଣଙ୍କ ଜୀବନ ନେଲା ମହାମାରୀ କରୋନା ଭାଇରସ
Khabar Odisha:COVID19-death-toll-reaches-197-in-Odisha-with-10-more-fatalities-in-last-24-hours
ଭୁବନେଶ୍ୱର, ଅଗଷ୍ଟ ୦୨ (ଖବର ଓଡ଼ିଶା):

ରାଜ୍ୟରେ ଆଜି ପୁଣି 10 ଜଣଙ୍କ ମୁଣ୍ଡ ନେଲା ମହାମରୀ କରୋନା ଭାଇରସ୍ । ଏହି କ୍ରମରେ ରାଜ୍ୟରେ ମୃତକଙ୍କ ସଂଖ୍ୟା 197କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଞ୍ଜାମରେ ଆଜି ସର୍ବାଧିକ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ଗଞ୍ଜାମରେ ମୋଟ ମୃତ୍ୟୁୟସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାଛଡ଼ା ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

  • Tags:

Subscribe

National International State Sports Entertainment