ଦିଲ୍ଲୀର ଏହି ଟର୍ମିନାଲରୁ ଉଡିବ ‘ଗୋ ଏୟାର’ର ବିମାନ, ଅକ୍ଟୋବର ପହିଲାରୁ ନୂଆ ନିୟମ ଲାଗୁ
Khabar Odisha:Business-airline-Go-Air-flights-to-start-functioning-from-Terminal-2-of-IGIairport-Delhi-from-October-1

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୮ (ଖବର ଓଡ଼ିଶା): ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ-୩ରେ ବାରମ୍ବାର ଭିଡ଼ ରହୁଥିବାରୁ ପୁଣି ଥରେ ଟର୍ମିନାଲ-୨ ଆରମ୍ଭ କରାଯାଉଛି। ଆଗାମୀ ଅକ୍ଟୋବର ୧ ତାରିଖରୁ ‘ଗୋ-ଏୟାର’ର ଦିଲ୍ଲୀ ଆସୁଥିବା ଏବଂ ଏଠାରୁ ବାହାରକୁ ଯାଉଥିବା ବିମାନ ଟର୍ମିନାଲ-୨ରୁ ଉଡ଼ିବ। କୌଣସି ପ୍ରକାରର ଅସୁବିଧାରୁ ବର୍ତ୍ତିବା ଲାଗି କଂପାନୀ ତରଫରୁ ଯାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଫୋନ ନମ୍ବର ଓ ପରାମର୍ଶ ଜାରି କରାଯାଇଛି।

ଗୋ-ଏୟାର ଯାତ୍ରୀଙ୍କୁ ପରାମର୍ଶ ଦେଇଛି ଯେ, ଘରୁ ବାହାରିବା ପୂର୍ବରୁ ନିଜର ବିମାନ ଓ ଟର୍ମିନାଲ ଚେକ କରନ୍ତୁ। ଅଧିକ ଜାଣିବା ପାଇଁ ଗୋ ଏୟାର ଗ୍ରାହକ ସେବା କେନ୍ଦ୍ର ୧୮୦୦ ୨୧୦୦ ୯୯୯ ଓ +୯୧ ୬୨୭୩୨୧୧୧ରେ ଫୋନ୍‌ କରି ବିସ୍ତୁତ ବିବରଣୀ ଜାଣନ୍ତୁ।
ଯାତ୍ରୀଙ୍କୁ ଯାତ୍ରା କରିବା ପୂର୍ବରୁ କରୋନା ଟେଷ୍ଟ କରାରଇବା ବାଧ୍ୟତାମୂଳକ। ଏହି ଟେଷ୍ଟ ଯାତ୍ରା ତିଥିର ୯୬ ଘଣ୍ଟା ପୂର୍ବରୁ ହେବା ଜରୁରୀ। ଏମିତିରେ ବିମାନ କଂପାନୀ ଯାତ୍ରୀଙ୍କ ସୁବିଧା ଲାଗି ଏକ ପାଥୋ ଲ୍ୟାବ କଂପାନୀ ସହିତ ବୁଝାମଣା କରିଛି। ଷ୍ଟିମେଜ ହେଲ୍ଥକେୟାର ନାମରେ ଏହି କଂପାନୀ ଦେଶବ୍ୟାପୀ ଯାତ୍ରୀଙ୍କୁ ସହଜରେ କୋଭିଡ-୧୯ ଆରଟି-ପିସିଆର ନମୁନା ପରୀକ୍ଷା କରାଉଛି। ଏହି ସୁବିଧା ଅନୁସାରେ ଆପଣ ମଧ୍ୟ ଟେଷ୍ଟ କରାଇବା ଲାଗି ନିଜ ଘରକୁ ଡାକିପାରିବେ ଅଥବା ଟେଷ୍ଟିଂ ସେଣ୍ଟରକୁ ଯାଇ ନିଜର ନମୁନା ପରୀକ୍ଷା କରାଇପାରିବେ।

  • Tags:

Subscribe

National International State Sports Entertainment