ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପୂର୍ବାହ୍ଣ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ସେହିପରି ୧୪ଟି ରାଜ୍ୟର ୪୮ଟି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି। ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ପୁଣି ଥରେ ସରକାର ଗଢ଼ିବାକୁ ଯାଉଥିବା ବେଳେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ବରେ ଜେଏମ୍ଏମ୍ ସରକାର ଗଢ଼ିପାରେ।
ଦେଶର ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଉତ୍ତର ପ୍ରଦେଶରେ ଏଥର ୯ଟି ଆସନରେ ଉପନିର୍ବାଚନ ହୋଇଛି। ବର୍ତ୍ତମାନର ରିପୋର୍ଟ ଅନୁସାରେ ଉତ୍ତର ପ୍ରଦେଶରେ ବିଜେପିକୁ ୨ଟି ଆସନ ମିଳିପାରେ। ଲୋକସଭା ନିର୍ବାଚନ ବେଳେ ଉତ୍ତର ପ୍ରଦେଶରେ ବିଜେପି ପ୍ରଦର୍ଶନ ଉତ୍ସାହଜନକ ଥିଲା। କିନ୍ତୁ ଏହି ଉପନିର୍ବାଚନରେ ବିଜେପି ପୁଣି ଫର୍ମକୁ ଫେରିଛି। ଏହା ଦଳର ନେତୃତ୍ବକୁ ଆହୁରି ବଜବୁତ କରିବ ବୋଲି ଆଶା କରାଯାଉଛି। ବାକି ୨ଟି ଆସନ ବହୁ ଜନ ସମାଜ ପାର୍ଟି ହାତକୁ ଯାଇପାରେ।
-ଉତ୍ତର ପ୍ରଦେଶ: ସିସାମାଉ, କାଟେହରୀ, କରହଲ, କୁନ୍ଦରକି, ଫୁଲପୁର, ଗାଜିଆବାଦ, ମଝୱାନ, ଖଇର, ମୀରାପୁର
-ବିହାର: ରାମଗଡ଼, ବେଲାଗଞ୍ଜ, ଇମାମଗଞ୍ଜ, ତରୀ
-ରାଜସ୍ଥାନ: ଝୁନଝୁନୁ, ରାମଗଡ଼, ଦୌସା, ଦେଓଲି ଉନିଆରା, ସାଲୁମ୍ବର, ଚୌରାସୀ, ଖିନବସାର
-ଆସାମ: ବେହାଲି, ଧୋଲାଇ, ସମଗୁଡ଼ି, ବଙ୍ଗାଇଗାଓଁ, ସିଡଲି
-ପଶ୍ଚିମବଙ୍ଗ: ସିତାଇ, ମେଦିନୀପୁର, ନାଇହାଟି, ହାରୋଆ, ତାଳଡଙ୍ଗରା, ମଦରିହାଟ
ମେଘାଳୟ ଗମ୍ବର୍ଗର
-ସିକ୍କିମ: ସୋରେଙ୍ଗ ଚାକୁଙ୍ଗ, ନାମଚି ସିଂଗିଥାଙ୍ଗ
-କେରଳ: ଚେଲାକ୍କାରା, ପାଲକ୍କଡ
-ପଞ୍ଜାବ: ବର୍ନାଲା, ଗିଦ୍ଦରବାହା, ଡେରା ବାବା ନାନକ, ଚାବେୱାଲ
-ମଧ୍ୟପ୍ରଦେଶ: ବୁଦ୍ଧନୀ, ବିଜୟପୁର
-ଛତିଶଗଡ଼: ରାୟପୁର ଦକ୍ଷିଣ
-କର୍ଣ୍ଣାଟକ: ଚନ୍ନାପାଟଣା, ଶିଗଗାଁ, ସାନ୍ଦୁର
-ଗୁଜରାଟ: ବାଭ୍
-ଉତ୍ତରାଖଣ୍ଡ: କେଦାରନାଥ
ଅଧିକ ପଢ଼ନ୍ତୁ: ସରକାର ଗଠନ ଦିଗରେ ମହାଯୁତି