ବନ୍ୟାଜଳ ନିଷ୍କାସନ କରାଯିବା ନେଇ ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ ହୀରାକୁଦ, ଅଗଷ୍ଟ 11(ଖବର ଓଡ଼ିଶା): Share story: ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍ । ବନ୍ୟାଜଳ ନିଷ୍କାସନ କରାଯିବା ନେଇ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବର୍ତ୍ତମାନ ୧୦ଟି ଗେଟ୍ ଖୋଲିଥିବା ନେଇ ମୁଖ୍ୟଯନ୍ତ୍ରୀ କହିଛନ୍ତି । ତେବେ ଡ୍ୟାମ ପକ୍ଷରୁ ସାଇରନ ବଜାଇବ ଗେଟ୍ ଖୋଲିବା ଆରମ୍ଭ ହୋଇଛି । ଜଳସ୍ତର ବୃଦ୍ଧି ପାଇ ୬୧୧.୮୩ ଫୁଟରେ ପହଂଚିଲାଣି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ଲକ୍ଷ ୯୬ ହଜାର ୫୭୨ କ୍ୟୁସେକ ଜଳ ପ୍ରବେଶ କରୁଛି । ସେଥିରୁ ୫ଟି ସ୍ପିଲୱେ ଦେଇ ୭୬,୦୨୫ କ୍ୟୁସେକ ଏବଂ ପାୱାର ଚାନେଲ ଦେଇ ୩୬,୧୭୭ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ସେହିପରି ଜଳସେଚନ ନିମନ୍ତେ ୪୨୧୩ କ୍ୟୁସେକ ଜଳ ବିଭିନ୍ନ କେନାଲରେ ଛଡ଼ାଯାଇଛି। ଶିଳ୍ପାନୁଷ୍ଠାନଗୁଡ଼ିକ ୨୭୩ କ୍ୟୁସେକ ଜଳ ଜଳଭଣ୍ଡାରରୁ ଟାଣୁଛନ୍ତି। ଖବର ଓଡ଼ିଶା, Reporter, 10/08/2022