ତୃତୀୟ ଲହର ଆଶଙ୍କା, ମହାରାଷ୍ଟ୍ର ସମେତ ୬ଟି ରାଜ୍ୟରେ ପହଞ୍ଚିଲାଣି ନୂଆ ଭାରିଏଣ୍ଟ AY.4.2
Khabar Odisha:AY42-has-reached-eight-states-including-Maharashtra-in-anticipation-of-the-third-wave
ନୂଆଦିଲ୍ଲୀ, ଅକ୍ଟୋବର ୨୮(ଖବର ଓଡିଶା):

ଦେଶରେ କରୋନା ଭାଇରସ ପାଇଁ ସ୍ଥିତି ଏବେ ବି ଖରାପ ରହିଛି । ବର୍ତ୍ତମାନ ଭାରତରେ କରୋନାର ତୃତୀୟ ଲହର ଆଶଙ୍କା କରାଯାଉଛି । କାରଣ ଭାରତର ୬ ରାଜ୍ୟରେ କରୋନା ଭାଇରସର ନୂଆ ଭାରିଏଣ୍ଟ AY.4.2 ପହଞ୍ଚି ସାରିଛି । ଏଥିରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, କେରଳ, ଜମ୍ମୁକାଶ୍ମୀର ଓ ତେଲେଙ୍ଗାନା ସାମିଲ ଅଛି । 

ତେବେ ଏହି ନୂଆ ଭାରିଏଣ୍ଟର ଯାଞ୍ଚ ଚାଲିଛି । ଏହି ନୂଆ ଭାରିଏଣ୍ଟ କରୋନା ଭାଇରସର ଜେଲଟା ପ୍ଲସ ଭାରିଏଣ୍ଟର ସମୂହ ବୋଲି ବିଶେଷଜ୍ଞମାନେ କହିଛନ୍ତି । ବୁଧବାର ମହାରାଷ୍ଟ୍ରରେ କରୋନା ମାମଲାରେ ଲଗାତାର ଦ୍ୱିତୀୟ ଦିନ ବୃଦ୍ଧି ପାଇଛି । ବୁଧବାର ମହାରାଷ୍ଟ୍ରରେ ୧୪୮୨ ନୂଆ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ୩୮ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । 

ଦେଶରେ ଗତ ୨୪ ଘଣ୍ଟାରେ ୧୬ ହଜାର ୧୫୬ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ୭୩୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୦ ହଜାର ୯୮୯ ମାମଲା ରହିଛି । ସରକାରୀ ତଥ୍ୟ ଅନୁସାରେ, ଦେଶରେ ପ୍ରାୟ ୧୧ କୋଟି ଜନତା ଧାର୍ଯ୍ୟ ତାରିଖ ଯିବା ପରେ ବି କରୋନା ଭାୟକସିନର ଦ୍ୱିତୀୟ ଡୋଜ ନେଇନାହାନ୍ତି ।

  • Tags:

Subscribe

National International State Sports Entertainment