ପୁଣି ହୀରାକୁଦରେ ଖୋଲିଲା ଆଉ ୫ଟି ଗେଟ, ମୋଟ ୧୦ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ ସମ୍ବଲପୁର, ଅଗଷ୍ଟ ୧୧(ଖବର ଓଡିଶା): Share story: ସାରା ରାଜ୍ୟରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ଉପରମୁଣ୍ଡାରେ ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମରେ ଆୁ ୫ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ମୋଟ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୩ ହଜାର ୭୮୪ କ୍ୟୁସେକ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦ ଜଳସ୍ତର ରହିଛି ୬୧୨.୯୩ ଫୁଟ । ବନ୍ୟାଜଳ ନିଷ୍କାସନ ହେଉଛି ୧ ଲକ୍ଷ ୯୧ ହଜାର ୫୭୪ କ୍ୟୁସେକ ଜଳ । ଏହାସହିତ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ମଧ୍ୟ କରାଯାଇଛି । ଖବର ଓଡ଼ିଶା, Reporter, 11/08/2022