ରାଜ୍ୟରେ ପୁଣି ୨୨୯ କରୋନା ପଜିଟିଭ, ଓଡ଼ିଶାରେ ୭ ହଜାର ୫୪୫ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
Khabar Odisha:229-Corona-positive-in-Odisha
ଭୁବନେଶ୍ୱର, ଜୁଲାଇ 2 ( ଖବର ଓଡ଼ିଶା):

 ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ପୁଣି ୨୨୯ ଜଣ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତ ଚିହ୍ନଟ ସହ  ୭ ହଜାର ୫୪୫ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା  । ଏନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ୨୨୯ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ୯୫, କଟକ ୧୨,  ଖୋର୍ଦ୍ଧା ୨୧, ଅନୁଗୁଳ ୧, ବାଲେଶ୍ଵର ୨୪, ବରଗଡ ୧, ବଲାଙ୍ଗୀର ୭, ବୌଦ୍ଧ ୩,  ଦେଓଗଡ଼ ୧, ଗଜପତି ୧,  ଝାରସୁଗୁଡ଼ା ୧୦,   ମୟୂରଭଞ୍ଜ ୨, ନୟାଗଡ଼ ୫ ଆକ୍ରାନ୍ତ ଚିହ୍ନଟ । ସେହିପରି ପୁରୀ ୪, କୋରାପୁଟ ୧, ଜଗତିଂହପୁରରେ ୧, କେଉଁଝର ୧ , ସୁନ୍ଦରଗଡ ୧୭, ଯାଜପୁରରେ ୨୨ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଛି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୬ ଜଣ ସ୍ଥାନୀୟ ଲୋକ। ନୂଆ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୫୪୫ କୁ ବୃଦ୍ଧି ପାଇଛି।  ଆକ୍ରାନ୍ତଙ୍କ ମଧ୍ୟରୁ ୨୧୫୭ ଜଣ ଚିକିତ୍ସାଧୀନ ଥିବାବେଳେ ୫ ହଜାର ୩୫୩  ଜଣ ସୁସ୍ଥ ହୋଇଛନ୍ତି। କରୋନାରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି।

  • Tags:

Subscribe

National International State Sports Entertainment