ଅଜଣା ଜନ୍ତୁ ଆତଙ୍କରେ ୨୦ ଛେଳି ମୃତ ,ବନ ବିଭାଗ ଏବଂ ପ୍ରାଣୀ ଚିକିତ୍ସକଙ୍କ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ ଗଞ୍ଜାମ, ନଭେମ୍ବର 26(ଖବର ଓଡ଼ିଶା) Share story: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗାଁରେ ଅଜଣା ଜନ୍ତୁ ଆତଙ୍କରେ ୨୦ ଛେଳି ମୃତ ଘଟଣା ଘଟିଛି ।ଗାଁରେ ବାରହା ବୁଲୁଥିବା ବେଳେ ଏଭଳି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଗାଁର ଦାସ ଗୌଡଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ୧୫ଟି ଛେଳିକୁ ଆକ୍ରମଣ କରିଥିବା ବେଳେ ୫ଟି ଛେଳିକୁ ନେଇଯାଇଥିବା ଅଭିଯୋଗ ହୋଇଛି । ବନ ବିଭାଗ ଏବଂ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖବର ଓଡ଼ିଶା, Reporter, 26/11/2022