ରାଜ୍ୟରେ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧ ଜଣ କ୍ୱାରେଣ୍ଟାଇନରୁ ରହିଥିବା ବେଳେ ୬୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ସେହିପରି ୧୮ ବର୍ଷ ବୟସ ମଧ୍ୟରେ ୧୬ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୯୭୫୭ ଜଣଙ୍କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
ବାଲେଶ୍ୱରରୁ ୮, ଭଦ୍ରକରୁ ୪, ବରଗଡରୁ ୩, କଟକରୁ ୧୬, ଢେଙ୍କାନାଳରୁ ୧, ଜଗତସିଂହପୁରରୁ ୪, ଝାରସୁଗୁଡାରୁ ୧, କେନ୍ଦ୍ରାପଡାରୁ ୧, ଖୋର୍ଦ୍ଧାରୁ ୬୯, ମୟୂରଭଞ୍ଜରୁ ୧,ମାଲକାନଗିରିରୁ ୧, ନୟାଗଡରୁ ୨, ପୁରୀରୁ ୯, ରାୟଗଡାରୁ ୧, ସମ୍ବଲପୁରରୁ ୩, ସୋନପୁରରୁ ୨, ସୁନ୍ଦରଗଡରୁ ୧୨ ଓ ଷ୍ଟେଟ ପୁଲରୁ ୧୭ ଜଣ ରହିଛନ୍ତି ।
ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୯୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୨୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୯୮୪୯ଜଣ ସୁସ୍ଥ ହୋଇଛନ୍ତି ।