ପାକିସ୍ତାନ ସରକାର ଆତଙ୍କବାଦୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ
Khabar Odisha:national-odisha-terrorist-organisations-working-openly-in-pakistan-said-bilawal-bhutto
ନୂଆଦିଲ୍ଲୀ, ମାର୍ଚ୍ଚ ୧୪ (ଖବର ଓଡିଶା) :

ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ଏବଂ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ବିଲାବଲ ଭୁଟୋ ଜରଦାରୀ ପାକିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ଖୋଲାଖୋଲି ଭାବରେ କାମ କରୁଥିବା କହିଛନ୍ତି । ଏହାସହ ସେ ପାକିସ୍ତାନ ସରକାରଙ୍କ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି । ସେ ସିନ୍ଧ ବିଧାନସଭା କ୍ଷେତ୍ରରୁ ଗଣମାଧ୍ୟମରେ ଏନେଇ ଖୁଲାସା କରିଛନ୍ତି । 

ବିଲାବଲ ଜରଦାରୀ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ । ଜରଦାରୀ କହିଛନ୍ତି କି, ଆତଙ୍କବାଦୀ ବିରୋଧରେ ପାକିସ୍ତାନ ସରକାର ନରମ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ।  ପାକିସ୍ତାନରେ ଆତଙ୍କବାଦୀ ମନଇଚ୍ଛା କାମ କରୁଛନ୍ତି । ପାକ୍ ସରକାର ଆତଙ୍କବାଦୀଙ୍କ ବିରୋଧରେ କୌଣସୀ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । କାରଣ ଏପରି କରି ପୂର୍ବରୁ ତାଙ୍କ ପିତାମାତାଙ୍କ ଜୀବନ ଯାଇଛି । ଆତଙ୍କବାଦୀ ସଂଗଠନ ପାକିସ୍ତାନରେ ଶିଶୁଙ୍କୁ ମାରିବା ସହ ବିଦେଶରେ ମଧ୍ୟ ଆକ୍ରମଣ କରୁଛି  । ଯାହାର ଦଣ୍ଡ ପାକିସ୍ତାନକୁ ମିଳୁଛି । ଏହାସହ ବର୍ତମାନର ପ୍ରଧାନମନ୍ତ୍ରୀ ଥିବା ଇମରାନ ଖାନଙ୍କ ଦଳର ତିନିଜଣ ମନ୍ତ୍ରୀ ନିଷିଦ୍ଧ ଥିବା ଆତଙ୍କବାଦୀ ସଂଗଠନ ସହ ସଂପର୍କରେ ଥିବା ସେ ଦାବି କରିଛନ୍ତି  । 

Subscribe

National International State Sports Entertainment