ପାକିସ୍ତାନ ପାଇଁ ଖରାପ ଖବର, ଚଳିତ ବର୍ଷ ନେପାଳ, ବାଙ୍ଗଲାଦେଶ ଠାରୁ ଆର୍ଥିକ ସ୍ଥିତିରେ ପଛରେ ପାକିସ୍ତାନ
Khabar Odisha:national-odisha-pakistans-gdp-growth-to-fall-behind-nepal-maldives-bangladesh-india-this-year-un
ଇସଲାମବାଦ, ଅପ୍ରେଲ ୦୫ (ଖବର ଓଡିଶା) :

 କାଙ୍ଗାଳ ଅବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ପାଇଁ ପୁଣି ଏକ ଖରାପ ଖବର ରହିଛି । ୟୁନାଇଟେଡ ନେଶନସର ଏକ ଆର୍ଥିକ ରିପୋର୍ଟରେ ଅନୁମାନ କରାଯାଉଛି କି, ଚଳିତ ବର୍ଷ ୨୦୧୯ରେ ପାକିସ୍ତାନ ଜିଡିପିର ଅନୁମାନ ସବୁଠାରୁ କମ୍ ୪.୨ପ୍ରତିଶତ ଏବଂ ୨୦୨୦ରେ ୪ପ୍ରତିଶତ ରହିପାରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହାକି ଯେ, ଜିଡିପି ନେପାଳ, ବାଙ୍ଗଲାଦେଶ, ଏବଂ ମାଳଦ୍ୱୀପ ଠାରୁ ପଛରେ ରହିବ । 

ଏଶିୟା ଏବଂ ପ୍ରଶାନ୍ତ ପାଇଁ ସଂଯୁକ୍ତ ରାଷ୍ଟ୍ର ଆର୍ଥିକ ଏବଂ ସାମାଜିକ ଆୟୋଗ ଦ୍ୱାରା ଶୀର୍ଷକରେ ଜାରୀ ହୋଇଥିବା ଏଶିୟା ଆଣ୍ଡ ପ୍ୟାସିଫିକ ୨୦୧୯ର ବାର୍ଷିକ ଆର୍ଥିକ ଏବଂ ସାମାଜିକ ସର୍ବେକ୍ଷଣରେ କୁହାଯାଇଛି କି, ୨୦୧୯ରେ ପାକିସ୍ତାନର ଜିଡିପି ଏହି କ୍ଷେତ୍ରରେ ସବୁଠାରୁ କମ୍ ୪.୨ ପ୍ରତିଶତ କମ୍ ରହିବାର ଅନୁମାନ ରହିଛି । ସେହି ଭଳି ଚଳିତ ବର୍ଷ ବାଙ୍ଗଲାଦେଶର ଜିଡିପି ୭.୩ ପ୍ରତିଶତ, ଭାରତର ୭.୫ ପ୍ରତିଶତ, ମାଳଦ୍ୱୀପ ଏବଂ ନେପାଳର ୬.୫ ପ୍ରତିଶତ ରହିବାର ଅନୁମାନ ରହିଛି । 

ଋିପୋର୍ଟରେ କୁହାଯାଇଛି କି, ଅର୍ଥନୈତିକ ସଙ୍କଟ ଏବଂ ଡଲାର ତୁଳନାରେ ପାକିସ୍ତାନ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବା ମଧ୍ୟରେ ପାକିସ୍ତାନର ଅର୍ଥବ୍ୟବସ୍ଥା ଋଣ ପରିଶୋଧ କରିବା ନେଇ ଗମ୍ଭୀର ଅବ୍ୟବସ୍ଥାର ସମ୍ମୁଖୀନ ହେଉଛି ।   

Subscribe

National International State Sports Entertainment