ମାଳଦ୍ୱୀପରେ ଭାରତକୁ ସମର୍ଥନ କରୁଥିବା ଦଳ ବିଜୟୀ, ଚୀନଠାରୁ କମିବ ବିପଦ
Khabar Odisha:national-odisha-maldives-why-victory-of-mohamed-nasheed-party-is-good-news-for-india-and-bad-for-china
ନୂଆଦିଲ୍ଲୀ, ଅପ୍ରେଲ ୦୮ (ଖବର ଓଡିଶା) :

ମାଳଦ୍ୱୀପରେ ଭାରତକୁ ସମର୍ଥନ କରୁଥିବା ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାଶୀଦଙ୍କ ଦଳ ସେଟାକାର ନିର୍ବାଚନରେ ୮୭ରୁ ୬୭ ଆସନରେ ଜିତିଛନ୍ତି । ନାଶୀଦଙ୍କ ପାର୍ଟି ମାଳଦ୍ୱିଭିୟାନ ଡେମୋକ୍ରାଟିକ ପାର୍ଟି ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଏବେ ସଂସଦୀୟ ନିର୍ବାଚନ ମଧ୍ୟ ଜିତିଛନ୍ତି । ସଂସଦୀୟ ନିର୍ବାଚନରେ ବିରୋଧୀ ପ୍ରୋଗ୍ରେସିଭ ପାର୍ଟି ଅଫ ମାଳଦ୍ୱୀପକୁ କେବଳ ୭ଟି ଆସନ ମିଳିଛି । 

ନାଶୀଦଙ୍କ ପାର୍ଟି ନିର୍ବାଚନ ଜିତିବା ବାରତ ପାଇଁ ଏକ ଖୁସୀର ବିଷୟ । କାରଣ ଚୀନ ଭାରତକୁ ଘେରିବା ପାଇଁ ପଡୋଶୀ ରାଷ୍ଟ୍ରରେ ନିଜ ଆଡ୍ଡା ଜମେଇବାକୁ ଚେଷ୍ଟା କରୁଛି । ତେଣୁ ଏଭଳି ସମୟରେ ମାଳଦ୍ୱୀପରେ ଭାରତକୁ ସମର୍ଥନ କରୁଥିବା ଦଳ ଜିତିବା ଖୁସୀର ବିଷୟ । ଏହା ପୂର୍ବରୁ ମାଳଦ୍ୱୀପର ରାଷ୍ଟ୍ରପତି ୟାମୀନଙ୍କ ସମୟରେ ଭାରତ ସହ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହାକି ଯେ, ମାଳଦ୍ୱୀପରୁ ଲାକ୍ଷାଦ୍ୱୀପ କେବଳ ୭୫୦ କିମି ଦୂରରେ ରହିଛି । ଏହି ରାସ୍ତା ଉପରେ ଚୀନର ନଜର ରହିଛି । ୧୨୦୦ ଦ୍ୱୀପ ଥିବା କାରଣରୁ ମାଳଦ୍ୱୀପକୁ ସମୂଦ୍ର ଜାହାଜ ପାଇଁ ମହତ୍ୱପୂର୍ଣ୍ଣ ମାର୍ଗ ହିସାବରେ ବ୍ୟବହାର କରାଯାଏ । ତେଣୁ ଚୀନ ଯଦି ଏଠାରେ ମାର୍ଗ ନିର୍ମାଣ କରିବ ତେବେ ତାହା ଚିନ୍ତାର ବିଷୟ ହେବ । ଚୀନ ମାଳଦ୍ୱୀପର ନିକଟତର ହେଉ ବୋଲି ଭାରତ ଚାହୁଁ ନାହିଁ । ତେଣୁ ଏଭଳି ସମୟରେ ଭାରତକୁ ସମର୍ଥନ କରୁଥିବା ରାଷ୍ଟ୍ରପତିଙ୍କ ଜିତିବା କାରଣରୁ ଭାରତ ପାଇଁ ଏହା ଏକ ଖୁସୀର ବିଷୟ । 

Subscribe

National International State Sports Entertainment