ନୂଆଦିଲ୍ଲୀ: ୨୦୨୫ ବର୍ଷ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି । ହଙ୍ଗେରୀର ବିଶିଷ୍ଟ ସାହିତ୍ୟିକ ଲାଜଲୋ କ୍ରାଜନାହରକାଇଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ଚୟନ କରାଯାଇଛି । କ୍ରାଜନାହରକାଇଙ୍କୁ "ତାଙ୍କର ଆକର୍ଷଣୀୟ ଏବଂ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ପାଇଁ" ପୁରସ୍କାର ଦିଆଯିବ, ଯାହା ସର୍ବନାଶକ ଆତଙ୍କ ମଧ୍ୟରେ କଳାର ଶକ୍ତିକୁ ଦର୍ଶାଏ ।
୧୯୫୪ରେ ହଙ୍ଗେରୀର ଗ୍ୟୁଲାରେ କ୍ରାଜନାହରକାଇ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପ୍ରମୁଖ୍ୟ ଉପନ୍ୟାସ ହେଉଛି ୧୯୮୫ରେ ପ୍ରକାଶିତ ‘ସାଟାଣ୍ଟାଙ୍ଗୋ’ । ଏହି ଉପନ୍ୟାସକୁ ନେଇ ପରବର୍ତ୍ତୀ ସମୟରେ ଦୀର୍ଘ ସାତ ଘଣ୍ଟାର ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । "ଦି ମେଲାଙ୍କୋଲି ଅଫ୍ ରେଜିଷ୍ଟାନ୍ସ" (୧୯୮୯) ମଧ୍ୟ ତାଙ୍କର ଆଉ ଏକ କୃତି ଅଟେ ।