ଶ୍ରୀଲଙ୍କାରେ ମସଜିଦ ଉପରେ ଆକ୍ରମଣ, ଦେଶବ୍ୟାପୀ କର୍ଫ୍ୟୁ, ସୋସିଆଲ ମିଡିଆ ବ୍ୟାନ୍
Khabar Odisha:international-srilanka-riot-in-masid-social-media-ban-and-curfew
କଲୋମ୍ବୋ, ମେ ୧୪(ଖବର ଓଡିଶା):

ଶ୍ରୀଲଙ୍କାରେ ହୋଇଥିବା ଲଗାତାର ସିରିଜ ବିସ୍ଫୋରଣ ପରେ ମୁସଲିମ ବିରୋଧୀ ଦଙ୍ଗା ବୃଦ୍ଧିପାଇବାରେ ଲାଗିଛି । ଦଙ୍ଗାକାରୀମାନେ ଦେଶର ଅନେକ ଅଂଚଳରେ ମୁସଲିମ ମସଜିଦ ଏବଂ ଦୋକାନ ଉପରେ ଆକ୍ରମଣ କରୁଛନ୍ତି । ଏପରିକି ନିଆଁ ମଧ୍ୟ ଲଗାଇଦେଉଛନ୍ତି । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଦଙ୍ଗାକୁ ରୋକିବା ପାଇଁ ଶ୍ରୀଲଙ୍କା ସରକାର ୭ଘଂଟା ପାଇଁ ଦେଶବ୍ୟାପୀ କର୍ଫ୍ୟୁ ଘୋଷଣା କରିଛନ୍ତି । ଏହାସହ ସୋସିଆଲ ମିଡିଆକୁ ମଧ୍ୟ ବ୍ୟାନ କରାଯାଇଛି ।

ଉାରାବିଲା ହସ୍ପିଟାଲ ପୋଲିସର କହିବାନୁସାରେ,  ଦଙ୍ଗାକାରୀମାନେ ୪୨ ବର୍ଷୀୟ ମହମ୍ମଦ ଅମୀର ମହମ୍ମଦ ଅଲ୍ଲୀଙ୍କୁ ଆକ୍ରମଣ କରିଥିଲେ । ପରେ ତାଙ୍କର ମେଡିକାଲରେ ମୃତ୍ୟୁ ହୋଇଯାଇଛି  ।ଏହାସହ ଅନ୍ୟ ମୁସଲମାନଙ୍କ ଦୋକାନକୁ ମଧ୍ୟ ଭାଙ୍ଗି ଦିଆଯାଇଛି । କେତେକ ମସଜିଦ ଉପରେ ଆକ୍ରମଣ ଅଭିଯୋଗ ଆସିଛି ।

ସୋସିଆଲ ମିଡିଆ ବ୍ୟାନ

ପ୍ରଧାନମନ୍ତ୍ରୀ ରାନୀଲ ବିକ୍ରମାସିନେ୍ଧ ଦେଶବାସୀଙ୍କୁ ମୁସଲିମ ବିରୋଧୀ ଦଙ୍ଗାକୁ ରୋକିବା ପାଇଁ ଅପିଲ କରିଛନ୍ତି । ଏହି ସମୟରେ ସମସ୍ତଙ୍କ ସୁରକ୍ଷା ଏବଂ ସହଯୋଗ ଜରୁରୀ ବୋଲି ସେ କହିଛନ୍ତି । ଏହାସହ ସାରା ଦେଶରେ ୭ ଘଂଟା ପାଇଁ କର୍ଫ୍ୟୁ ଜାରି ହେବା ସହ ସୋସିଆଲ ମିଡିଆ ଏବଂ ଇଂଟରନେଟ୍ ସେବାକୁ ବନ୍ଦ କରାଯାଇଛି 

 

 

  • Tags:

Subscribe

National International State Sports Entertainment