ଓ୍ଵିକିଲିକ୍ସ ସଂସ୍ଥାପକ ଜୁଲିୟନ ଅସାଞ୍ଜେଙ୍କୁ ଲଣ୍ଡନରୁ ଗିରଫ କଲା ବ୍ରିଟିଶ ପୋଲିସ
Khabar Odisha:international-odisha-wikileaks-founder-julian-assange-arrested-by-british-police
ଲଣ୍ଡନ,ଏପ୍ରିଲ୧୧(ଖବର ଓଡ଼ିଶା):

ଓ୍ଵିକିଲିକ୍ସ ସଂସ୍ଥାପକ ଜୁଲିୟନ ଅସାଞ୍ଜେଙ୍କୁ ଲଣ୍ଡନ ସ୍ଥିତ ଇକ୍ଵାଡୋର ଦୂତାବାସରୁ ଗିରଫ କରାଯାଇଛି। ଗତ ୭ ବର୍ଷରେ ଅସାଞ୍ଜେ ଇକ୍ଵାଡୋରର ଦୂତାବାସରେ ଶରଣରେ ରହୁଥିଲେ। ଏକ ଯୌନ ଉତ୍ପୀଡ଼ନ ମାମଲାରେ ସ୍ଵିଡେନରେ ପ୍ରତ୍ୟର୍ପିତରୁ ବଞ୍ଚିବା ପାଇଁ ସେ ଦୂତାବାସରେ ନିଜକୁ ଲୁଚାଇ ରଖିଥିଲେ। ଲଣ୍ଡନର ମେଟ୍ରୋପଲିଟନ ପୋଲିସ ଅସାଞ୍ଜେଙ୍କୁ ଅଟକ ରଖିଛି। ତାଙ୍କୁ ଓ୍ଵେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍  କୋର୍ଟରେ ହାଜର କରାଯିବ।

ଉଲ୍ଲେଖଯୋଗ୍ୟ, ଅସାଞ୍ଜେ ୨୦୧୦ରେ ବଡ଼ ସଂଖ୍ୟାରେ ଆମେରିକାର ଗୋପନୀୟ ଦସ୍ତାବିଜକୁ ସାର୍ବଜନୀନ କରିଥିଲେ। ସେ ସ୍ଵିଡେନରେ ପ୍ରତ୍ୟର୍ପଣରୁ ନିଜକୁ ବଞ୍ଚାଇବା ପାଇଁ ୨୦୧୨ରୁ ଇକ୍ଵାଡୋରର ଦୂତାବାସରେ ଶରଣରେ ରହିଥିଲେ। ପରେ ସ୍ଵିଡେନ ଅସାଞ୍ଜେଙ୍କ ଉପରୁ ଯୌନ ଉତ୍ପୀଡ଼ନ ଅପରାଧ ସମ୍ବନ୍ଧିତ ମାମଲାକୁ ହଟାଇ ଦେଇଥିଲା।

ଏହା ପରେ ମଧ୍ୟ ଅସାଞ୍ଜେ ଦୂତବାସରେ ଛପି ରହିଥିଲେ କାରଣ ଜାମିନ ଶେଷ ହେବା କାରଣରୁ ଲଣ୍ଡନରେ ତାଙ୍କ ଉପରେ ଗିରଫ ହେବାର ଖଣ୍ଡା ଝୁଲୁଥିଲା। ଗତ ବର୍ଷ ଡିସେମ୍ବର ୧୨ରୁ ତାଙ୍କୁ ଇକ୍ଵାଡୋରର ନାଗରିକତା ମିଳିଥିଲା।

  • Tags:

Subscribe

National International State Sports Entertainment