ଚୁପ୍ ଚାପ୍ ପିଓକେ ଆଣି ପୋତି ଦିଆଗଲା ଲଣ୍ଡନ ବିଜ୍ରର ଆକ୍ରମଣକାରୀକୁ
Khabar Odisha:international-odisha-london-bridge-attacker-islami-terrorist-usman-khan-buried-in-pakistan
ଲଣ୍ଡନ/ଇସଲାମାବାଦ, ଡିସେମ୍ବର୦୮(ଖବର ଓଡ଼ିଶା):

 ପାକିସ୍ତାନ ଲଣ୍ଡନର ପ୍ରଖ୍ୟାତ ବ୍ରିଜରେ ଲୋକଙ୍କୁ ଆକ୍ରମଣ କରିଥିବା ଆତଙ୍କବାଦୀ ଉସମାନ ଖାନ ପାକିସ୍ତାନର ମୂଳ ନିବାସୀ  ହୋଇଥିବା ଖବରକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରି ଆସୁଥିଲା। ଯଥା ସମ୍ଭବ ଚେଷ୍ଟା କରିଥିଲା ଯେ, ଉସମାନ ସହ ପାକିସ୍ତାନର କୌଣସି ସମ୍ବନ୍ଧ ନାହିଁ। ଏବେ ଖବର ସାମ୍ନାକୁ ଆସିଛି ଯେ, ଉସମାନଙ୍କ ଶବକୁ ଚୁପ୍ ଚାପ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ କବର ଦିଆଯାଇଛି। 

ଇସଲାମାବାଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ଅଧିକାରୀ ବ୍ରିଟିଶ ନ୍ୟୁଜ୍ ଚ୍ୟାନେଲ ସ୍କାଇ ନ୍ୟୁଜକୁ ଏହାର ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ, ୟୁକେରେ କାନୁନ ଔପଚାରିକ ପୁରା ହେବା ପରେ ଗୁରୁବାର ଅପରାହ୍ନରେ ୨୮ ବର୍ଷୀୟ ଉସମାନର ଶବକୁ ଏକ ଯାତ୍ରୀବାହୀ ବିମାନରେ ଲଦା ଯାଇଥିଲା, ଯାହା ଶୁକ୍ରବାର ସକାଳେ ପାକିସ୍ତାନରେ ପହଞ୍ଚିଥିଲା। ଏହା ପରେ ସଂପର୍କୀୟ ଆତଙ୍କବାଦୀ ଉସମାନର ଶବ ପିଓକେର କଜଲାନୀ ଗାଁରେ ଜୁମ୍ମେ ଦିନରେ କବର ଦେଇଥିଲେ। କୋଟଲୀ ଜିଲ୍ଲାରେ ସ୍ଥିତ ଏହି ଗାଁର ଜନସଂଖ୍ୟା ୩ ହଜାର।

ୟୁକେରେ କବର ଦେବାକୁ ହୋଇଥିଲା ବିରୋଧ

ୟୁକେରେ ସ୍ଥାନୀୟ ମୁସଲିମ ସମୁଦାୟ ଆତଙ୍କୀ ଉସମାନର ଶବକୁ ଏଠାରେ କବର ଦେବାକୁ ବିରୋଧ କରିଥିଲେ। ଉସମାନର ପରିବାର ଷ୍ଟୋକ ଅନ ଟ୍ରେଣ୍ଟରେ ରୁହନ୍ତି। ପରିବାର ଏଠାରେ ଶବକୁ କବର ଦେବାକୁ ଚାହୁଁଥିଲେ। ମାତ୍ର ସ୍ଥାନୀୟ ଲୋକଙ୍କ ବିରୋଧ କାରଣରୁ ଏଠାରେ ତାର ଅନ୍ତିମ ସଂସ୍କାର ହୋଇ ପାରିନଥିଲା।

ଏହା ପରେ ଉସମାନର ପିତା ଓ ଅନ୍ୟ ସଂପର୍କୀୟ ଶବକୁ ପାକ୍ ଅଧିକୃତ କାଶ୍ମୀର(ପିଓକେ) ସ୍ଥିତ ପୈତୃକ ଗାଁରେ କବର ଦେଇଛନ୍ତି। କିନ୍ତୁ ଗୋପନୀୟ ଭାବେ ଏହି ସବୁ କାମ କରାଯାଇଛି। ପାକିସ୍ତାନ ସରକାର ଉସମାନ ମାମଲାରେ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲା।

Subscribe

National International State Sports Entertainment