ଜାଲିଓ୍ଵାଲନାବାଗ ନେଇ ମୁଁ ଦୁଃଖିତ, ଭାରତରେ ବ୍ରିଟିଶକାଳୀନ ଇତିହାସ ପାଇଁ ଏହା ଲଜ୍ଜାଜନକ କଳଙ୍କ: ଟରିଜା ମେ
Khabar Odisha:international-odisha-jallianwala-bagh-tragedy-shameful-scar-on-british-indian-history-theresa-may
ନୂଆଦିଲ୍ଲୀ,ଏପ୍ରିଲ୧୦(ଖବର ଓଡ଼ିଶା):

 ବ୍ରିଟେନର ପ୍ରଧାନମନ୍ତ୍ରୀ ଟରିଜା ମେ ଜାଲିଓ୍ଵାଲନାବାଗ ହତ୍ୟାକାଣ୍ଡ ଉପରେ ଅବଶୋଷ ବ୍ୟକ୍ତ କରିଛନ୍ତି। ଏହାକୁ ସେ ତତ୍କାଳୀନ ବ୍ରିଟିଶ ଶାସନ ପାଇଁ ଏକ ଲଜ୍ଜାଜନକ କଳଙ୍କ ବୋଲି କହିଛନ୍ତି। ମାତ୍ର ଏତେ ବଡ଼ ବର୍ବରିତ କାଣ୍ଡ ପାଇଁ କେହି କ୍ଷମା ମଧ୍ୟ ମାଗି ନାହାନ୍ତି। ଟରିଜାଙ୍କ ବୟାନ ଠିକ୍ ସେହି ସମୟରେ ଆସିଛି ଯେବେ, ଏପ୍ରିଲ ୧୩ରେ  ଜାଲିଓ୍ଵାଲାନାବାଗ ହତ୍ୟାକାଣ୍ଡକୁ ୧୦୦ ବର୍ଷ ପୂରିବାକୁ ଯାଉଛି। 

ପିଏମ ଟରିଜା ବୟାନ ଜାରି କରି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଯାହା ଘଟିଛି ଏବଂ ଲୋକଙ୍କୁ ସହିବାକୁ ପଡ଼ିଛି ସେଥିରେ ଆମେ ବହୁତ ଅବଶୋଷ ବ୍ୟକ୍ତ କରୁଛି ଏବଂ ଦୁଃଖିତ। ସେ କହିଛନ୍ତି ଯେ, ୧୯୧୯ର ଜାଲିଓ୍ଵାଲାନବାଗ ନରସଂହାର ବ୍ରିଟିଶ- ଭାରତୀୟ ଇତିହାସ ପାଇଁ ଲଜ୍ଜାଜନକ କଳଙ୍କ। 

ଅନ୍ୟ ପଟେ ମୁଖ୍ୟ ବିରୋଧୀ ଲେବର ପାର୍ଟି  ଟରିଜାଙ୍କୁ ଭାରତରେ ବ୍ରିଟିଶ ଶାସନ ସମୟରେ ହୋଇଥିବା ଏହି ଘଟଣା ପାଇଁ କ୍ଷମା ମାଗିବାକୁ ଦାବି କରିଛନ୍ତି। ଲେବର ପାର୍ଟିର ନେତା ଜେରେମୀ କର୍ବିନ କହିଛନ୍ତି ଯେ, ସରକାରଙ୍କୁ ଏହି ସମ୍ବନ୍ଧରେ ପୂର୍ଣ୍ଣ ଓ ସ୍ପଷ୍ଟ ଭାବେ କ୍ଷମା ମାଗିବା ଉଚିତ୍। ଏହା ପୂର୍ବରୁ ୨୦୧୩ରେ ତତ୍କାଳୀନ ପିଏମ ଡେଭିଡ କ୍ୟାମରନ ଭାରତ ଗସ୍ତରେ ୧୦୦ ବର୍ଷର ଏହି ପୁରାତନ ନରସଂହାରକୁ ବହୁତ ନିନ୍ଦନୀୟ ଦର୍ଶାଇଥିଲେ। ମାତ୍ର ତାଙ୍କୁ ମଧ୍ୟ ଟରିଜାଙ୍କ ପରି ଏହି ଘଟଣାରେ କ୍ଷମା ମାଗିବା ଉଚିତ୍।

  • Tags:

Subscribe

National International State Sports Entertainment