ମୋଦୀ ପରମ ମିତ୍ର, ମାତ୍ର ଆମଠୁ ଆଦାୟ କରୁଛନ୍ତି ୧୦୦% ଟ୍ୟାକ୍ସ: ଟ୍ରମ୍ପ
Khabar Odisha:international-odisha-donald-trump-targets-india-on-import-tariffsays-its-stupid-trade-with-india
ଓ୍ଵାଶିଂଟନ,ମାର୍ଚ୍ଚ୦୭(ଖବର ଓଡ଼ିଶା):

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଆମେରିକା ସାମଗ୍ରୀ ଉପରେ ବିପୁଳ ଶୁଳ୍କ ଲଗାଇବାର ଆରୋପ ଲଗାଇ ନିଜର ଅଧିକାରୀଙ୍କୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଭାରତକୁ ‘ସର୍ବାଧିକ ଶୁଳ୍କ ଲଗାଉଥିବା ଦେଶ ମଧ୍ୟରୁ ଏକ’ ଦର୍ଶାଇ ଟ୍ରମ୍ପ ଭାରତ ସହିତ ଆମେରିକାର କାରବାରକୁ ‘ମୂର୍ଖତାପୂର୍ଣ୍ଣ ବ୍ୟବସାୟ’ର ଆଖ୍ୟା ଦେଇଛନ୍ତି। ଟ୍ରମ୍ପ ବାରମ୍ଵାର କହି ଆସିଛନ୍ତି ଯେ, ଭାରତ ଶୁଳ୍କ ଲଗାଇବାର ରାଜା ଏବଂ ସେ ଆମେରିକା ସାମଗ୍ରୀ ଉପରେ ବହୁତ ଶୁଳ୍କ ଲଗାଉଛି।

ଲସ ଭେଗାସରେ ଶନିବାର ରିପବ୍ଲିକନ ଜେଭିସ କୋଲିଏସନକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ, ଭାରତ ଆମେରିକା ସାମଗ୍ରୀ ଉପରେ ବହୁତ ଶୁଳ୍କ ଲଗାଉଛି। ମହାନ ଦେଶ, ପରମ ମିତ୍ର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସାମଗ୍ରୀ ଉପରେ ଆମଠୁ ୧୦୦ ପ୍ରତିଶତରୁ ଅଧିକ ଶୁଳ୍କ ଆଦାୟ କରୁଛନ୍ତି। ସେ କହିଛନ୍ତି ଯେ, ଆମେରିକା ଏମିତି ସାମଗ୍ରୀ ଉପରେ ଭାରତ ଉପରେ କୌଣସି ଶୁଲ୍କ ଲଗାଏ ନାହିଁ। ନିଜ ଭାଷଣ ସମୟରେ ସେ ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ଭାରତ ବିରୋଧରେ ପ୍ରତି ଜବାବରେ ଶୁଳ୍କ ଲଗାଇଲେ ତାଙ୍କୁ ସିନେଟରଙ୍କ ବିରୋଧର ସାମ୍ନା କରିବାକୁ ପଡ଼ୁଛି। ଟ୍ରମ୍ପ ଆରୋପ ଲଗାଇଛନ୍ତି ଯେ, ଭାରତ ଆମ ସହିତ ମୂର୍ଖତାପୂର୍ଣ୍ଣ କାରବାର କରି ଚାଲିଛି। 

ସେ ଆମେରିକା ସହିତ କାରବାର ଅସନ୍ତୁଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଛନ୍ତି। ଭାରତର ବାଣିଜ୍ୟ ଓ ବାଣିଜ୍ୟ ନୀତି ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଆମ ସିନେଟର କହୁଛନ୍ତି ଯେ ଆପଣ ଏମିତି କରି ପାରିବେ ନାହିଁ। ଏହା ମୁକ୍ତ ବାଣିଜ୍ୟ ନୁହଁ।

  • Tags:

Subscribe

National International State Sports Entertainment