ଆଫଗାନିସ୍ଥାନ ରାଷ୍ଟ୍ରପତି ଅଶରଫ ଗନୀଙ୍କ ରାଲିରେ ଆଇଡି ବ୍ଲାଷ୍ଟ, ୨୪ମୃତ
Khabar Odisha:international-odisha-blast-at-president-ghani-campaign-rally-kills-24
କାବୁଲ, ସେପ୍ଟେମ୍ବର ୧୭ (ଖବର ଓଡିଶା) :

ଆଫଗାନିସ୍ଥାନର ପରବନ ସହରରେ ଆଜି ଏକ ଆତ୍ମଘାତୀ ଆକ୍ରମଣ ହୋଇଛି। ପରବନ ସହରରେ ରାଷ୍ଟ୍ରପତି ଅଶରଫ ଗନୀଙ୍କ ଏକ ରାଲି ସମୟରେ ଆଇଡି ବ୍ଲାଷ୍ଟ କରାଯାଇଥିଲା। ଏହି ଆକ୍ରମଣରେ ପାଖାପାଖି ୨୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି। ଆହାତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ରାଷ୍ଟ୍ରପତି ନିର୍ବାଚନ କ୍ୟାମ୍ପେନର ପ୍ରବକ୍ତା ହାମିଦ ଅଜୀଜ ଏନେଇ କହିଛନ୍ତି କି, ଏହି ଆକ୍ରମଣ ସମୟରେ ରାଷ୍ଟ୍ରପତି ଅଶରଫ ଗନୀ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ତାଙ୍କର କୌଣସୀ କ୍ଷତି ହୋଇ ନାହିଁ। ସେ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଛନ୍ତି। ତେବେ ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣା ନେଇ ଅଧିକ ସୂଚନା ଦେବେ ବୋଲି ଅଜୀଜ କହିଛନ୍ତି। 

ପ୍ରାନ୍ତୀୟ ସରକାରଙ୍କ ପ୍ରବକ୍ତା ୱାହିଦା ଶାହକର କହିଛନ୍ତି କି, ରାଷ୍ଟ୍ରପତିଙ୍କ ରାଲି ଚାଲୁଥିବା ସମୟରେ ଏହି ବିସ୍ଫୋରଣ ହୋଇଛି। ରାଲି ହେଉଥିଵା ଗେଟ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ଏହା ପରେ ଏବେ ସମ୍ପୂର୍ଣ୍ଣ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଏହି ଘଟଣା ପଛରେ କେଉଁ ଆତଙ୍କୀ ସଙ୍ଗଠନର ହାତ ରହିଛି ତାହା ଏଯାଏଁ ସ୍ପଷ୍ଟ ଜଣା ପଡି ନାହିଁ। ରାଲିରେ ବହୁ ମହିଳା ଏବଂ ଶିଶୁମାନେ ମଧ୍ୟ ଉପସ୍ଥିତ ଥିଲେ। 

ତେବେ ଆଫଗାନିସ୍ତାନରେ ଆସନ୍ତା ମାସ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଯେଉଁ କାରଣରୁ ଏବେ ନିର୍ବାଚନୀ ପ୍ରଚାର ପାଇଁ ରାଲି କରାଯାଉଛି।

Subscribe

National International State Sports Entertainment