ଆମେରିକା, ଜାନୁଆରୀ ୧୮(ଖବର ଓଡିଶା):
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗଙ୍କ ମଧ୍ୟରେ ପୁନଶ୍ଚ ଆଲୋଚନା ହେବାକୁ ଯାଉଛି । ଉତର କୋରିଆର ବରିଷ୍ଠ ଅଧିକାରୀ କିମ ୟୋଗ ଚୋଲ ଗତକାଲି ପରମାଣୁ ବାର୍ତା ନେଇ ଆମେରିକା ପହଁଚିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓଙ୍କ ସହ କିମ ଏବଂ ଟ୍ରମ୍ପଙ୍କ ସାକ୍ଷାତକାର ନେଇ ଆଲୋଚନା କରିପାରନ୍ତି ।
ନିଜ ଶୀର୍ଷମଣ୍ଡଳୀ ସହ ଚୋଲ୍ ଆମେରିକାରେ ପହଁଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହା ପ୍ରଥମ ଥର ପାଇଁ ହେଉଛି କି ଉଚତରକୋରିଆର କୌଣସୀ ସରକାରୀ ଅଧିକାରୀ ସିଧାସଳଖ ଭାବେ ଆମେରିକା ଆସିଛନ୍ତି ।
ଗତ ବର୍ଷ ସିଙ୍ଗାପୁରରେ କିମ ଜଙ୍ଗ ପରମାଣୁ ନିରସ୍ତ୍ରୀକରଣ ଦିଗରେ କାର୍ଯ୍ୟ କରିବେ ବୋଲି କହିଥିଲେ । କିମ ଏବଂ ଟ୍ରମ୍ପଙ୍କ ଆଲୋଚନା ପୂର୍ବରୁ ଦୁଇ ଦେଶର ସମ୍ପର୍କ ଅତି ଖରାପ ରହିଥିଲା । ସାକ୍ଷାତକାର ପରେ ଏଥିରେ ସୁଧାର ଆସିଥିଲା । କିନ୍ତୁ ଆମେରିକାର କହିବାନୁସାରେ କୋରିଆ ସମ୍ପୂର୍ଣ୍ଣ ଭାବେ ପରମାଣୁ ନିରସ୍ତ୍ରୀକରଣ ନେଇ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହିଁ ।