ପାକିସ୍ତାନର ଭୟ, ଏପ୍ରିଲ ୧୬ ରୁ ୨୦ ମଧ୍ୟରେ ପୁଣି ଥରେ ଭାରତ କରିପାରେ ହମଲା
Khabar Odisha:international-odisha-pakistan-claims-india-preparing-another-attack-between-april-16-to-20
କରାଚି,ମାର୍ଚ୍ଚ୦୭(ଖବର ଓଡ଼ିଶା):

ଏୟାର ଷ୍ଟ୍ରାଇକର ଭୟ ଏବେ ମଧ୍ୟ ପାକିସ୍ତାନ ମନରୁ ଛାଡ଼ିନାହିଁ। ଏବେ ପାକ୍ ବିଶ୍ଵସନୀୟ ଗୁଇନ୍ଦା ସୂଚନା ଆଧାରରେ ଦାବି କରିଛି ଯେ, ଭାରତ ଏହି ମାସରେ ଆଉ ଏକ ହମଲା କରିବା ପାଇଁ ପ୍ରସ୍ତୁତି କରୁଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରୈସୀ ରବିବାର ଏହା କହିଛନ୍ତି। ପୁଲଓ୍ଵାମା ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିବା ପରେ ଦୁଇ ପରମାଣୁ ସଂପନ୍ନ ଦେଶ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। କୁରୈସୀ ଦାବି କରିଛନ୍ତି ଯେ, ଭାରତ ପକ୍ଷରୁ ଏହି ହମଲା ଏପ୍ରିଲ ୧୬ ରୁ ଏପ୍ରିଲ ୨୦ ମଧ୍ୟରେ ହୋଇପାରେ।

ପାକିସ୍ତାନରେ କେତେ ଭୟର ମାହୋଲ ରହିଛି  ତାହା ଏଥିରୁ ଅନୁମେୟ କରାଯାଇ ପାରିବ ଯେ, ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକର ଏକ ମାସ ପରେ ମଧ୍ୟ ପଡୋଶୀ ଦେଶ ଆକାଶ ମାର୍ଗକୁ ସଂପୂର୍ଣ୍ଣ ଭାବେ ଖୋଲି ନାହିଁ। ଷ୍ଟ୍ରାଇକ ପରେ ପାକିସ୍ତାନ ଭାରତରୁ ଯାତାୟାତ କରୁଥିବା ବିମାନ ପାଇଁ ନିଜର ଏୟାରସ୍ପେସକୁ ବନ୍ଦ କରି ଦେଇଥିଲେ। ପାକିସ୍ତାନ ଦୁଇ ଦିନ ପୂର୍ବେ ପାଶ୍ଚାତ୍ୟ ଦେଶ ଅଭିମୁଖେ ଯାତ୍ରା କରୁଥିବା ବିମାନ ପାଇଁ ନିଜର ଏକ ଆକାଶ ମାର୍ଗକୁ ଖୋଲିଥିଲା ମାତ୍ର ବାକି ୧୦ ଆକାଶ ମାର୍ଗକୁ ବନ୍ଦ ରଖିଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରୈସୀ ଏହା ମଧ୍ୟ କହିଛନ୍ତି ଯେ, ମିଳିତ ଜାତିସଙ୍ଘର ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟଙ୍କଠାରେ ପାକିସ୍ତାନ ନିଜର ଚିନ୍ତା ଅବଗତ କରାଇ ସାରିଛି। ସେ କହିଛନ୍ତି ଯେ,  ଆମ ପାଖରେ ବିଶ୍ଵସନୀୟତା ସୂଚନା ରହିଛି ଯେ, ଭାରତ ପାକିସ୍ତାନ ଉପରେ ଆଉ ଏକ ହମଲା ପାଇଁ ପ୍ରସ୍ତୁତି କରୁଛି। ଆମ ପାଖରେ ଥିବା ସୂଚନା ମୁତାବକ ଏହି ହମଲା ଏପ୍ରିଲ ୧୬ ରୁ ଏପ୍ରିଲ ୨୦ ମଧ୍ୟରେ ହୋଇପାରେ। 

ମାତ୍ର କୁରୈସୀ ଏହାର ସୂଚନା ଦେଇ ନାହାନ୍ତି ଯେ, ସେ କେଉଁ ଆଧାରରେ ହମଲାର ସମୟ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶକୁ ଏହାର ସୂଚନା ଦେବାକୁ ପ୍ରସ୍ତୁତ। 

ପୁଲଓ୍ଵାମାରେ ଜୈସ ଇ ମହମ୍ମଦର ଆତଙ୍କୀ ଫେବୃଆରୀ ୧୪ରେ ସିଆରପିଏଫର ଗାଡି ଉପରେ ହମଲା କରିଥିଲା, ଏଥିରେ ୪୦ ଯବାନ ସହିଦ ହୋଇଥିଲେ। ଏହା ପରେ ଭାରତ ପ୍ରତି ଜବାବ ଦେଇ ଫେବୃଆରୀ ୨୭ରେ ପାକିସ୍ତାନର  ବାଲାକୋଟରେ ପଶି ଏୟାର ଷ୍ଟ୍ରାଇକ କରି ଆତଙ୍କୀ ଆଡ୍ଡା ଧ୍ଵଂସ କରିଥିଲା। ଏହାର ପରବର୍ତ୍ତୀ ଦିନ ପାକିସ୍ତାନ ଭାରତ ସୀମାରେ ପଶିବାକୁ ଉଦ୍ୟମ କରିଥିଲା।

  • Tags:

Subscribe

National International State Sports Entertainment