ଏପ୍ରିଲ ୩୦ରେ ଟ୍ରମ୍ପ ଦେଉଛନ୍ତି ଇସ୍ତଫା ! ନକଲି ଖବରକାଗଜରେ ବିରୋଧୀ କଲେ ଗୁଜବ ପ୍ରଚାର
Khabar Odisha:international-donald-trump-rejignation-fake-wasington-post
ଆମେରିକା, ଜାନୁଆରୀ ୧୭(ଖବର ଓଡିଶା):

ଆମେରିକା ରାଷ୍ଟ୍ରପତିଙ୍କ ବିରୋଧୀମାନେ ଗତକାଲି ଏକ ଅଜବ କାରନାମା କରିଛନ୍ତି । ବିରୋଧୀମାନେ ଟ୍ରମ୍ପ ପଦରୁ ଇସ୍ତଫା ଦେଇଥିବା ଏକ ଗୁଜବ ପ୍ରଚାର କରିଥିଲେ । ଏହାସହ ଏକ ନାମୀ ଖବରକାଗଜର ନକଲି ସଂସ୍କରଣ ବାହାର କରି ଏନେଇ ଖବର ପରିବେଷଣ କରିଛନ୍ତି । ଏପରିକି ୱାସିଂଟନ ଡିସିର ନିକଟବର୍ତୀ ଅଂଚଳରେ ଏହାକୁ ବାଂଟିଛନ୍ତି  । 

ଦ ୱାସିଂଟନ ପୋଷ୍ଟର ନକଲି ସଂସ୍କରଣର ପ୍ରଥମ ପୃଷ୍ଠାରେ ୬ କଲମର ଟ୍ରମ୍ପଙ୍କ ଇସ୍ତଫା ନେଇ ଖବର ବାହାରିଛି । ଯାହାର ଶୀର୍ଷକ ରହିଛି ଅନପ୍ରେସିଡେଂଟିଡ, ଟ୍ରମ୍ପ ହେଷ୍ଟଲୀ ଡିପାର୍ଟସ ହ୍ୱାଇଟ ହାଉସ, ଏଣ୍ଡିଂ କ୍ଲାଏସିସ୍ । ଏଥିରେ ଦାବି କରାଯାଇଛି କି, ଏପ୍ରିଲ ୩୦ ତାରିଖରେ ଟ୍ରମ୍ପ ଛାଡିବାକୁ ଯାଉଛନ୍ତି । 

ଖବର ଛପିବା ତାରିଖରେ ମେ ୧, ୨୦୧୯ ଲେଖାଯାଇଛି । ଖବରରେ ଲେଖା ଯାଇଛି କି, ଉପରାଷ୍ଟ୍ରପତି ମାଇକ ପେନ୍ସ ନିଜ ଜେଜେ ମାଙ୍କ ବାଇବେଲ ଉପରେ ହାତ ରଖି ପରବର୍ତୀ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରିବେ । ହ୍ୱାଇଟହାଉସର ୧୭ତମ କୋଠରୀ ଏବଂ ପେନସାରଭାନିଆରେ ଜଣେ ମହିଳା ବୁଲିବୁଲି ଏହି ଖବରକାଗଜ ବାଂଟୁଥିବା ଦେଖାଯାଇଛି । କହିରଖୁଛୁ କି, ୱାସିଂଟନ ପୋଷ୍ଟ ଖବରକାଗଜକୁ ଅନେକ ଥର ରାଷ୍ଟ୍ରପତି ଟ୍ରମ୍ପ ମିଛ ଖବର ଦେଉଥିବା ଗଣମାଧ୍ୟମ କହିଛନ୍ତି । କିନ୍ତୁ ବୁଧାବାର ଏହି ଖବରକାଗଜର ପରିଚାଳକ ଟ୍ରମ୍ପଙ୍କ ଇସ୍ତଫା ଖବରକୁ ଖଣ୍ଡନ କରିଛନ୍ତି । ଏହାସହ ଏକ ନକଲି ସଂସ୍କରଣ ବିତରଣ କରାଯାଇଥିବା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି । 

ନୂଆଦିଲ୍ଲୀରେ ଖୁସିର ଲହରୀ ନେଇ ଉଲ୍ଲେଖ

ନକଲି ୱାସିଂଟନ ପୋଷ୍ଟରେ କୁହାଯାଇଛି କି, ଟ୍ରମ୍ପଙ୍କ ଇସ୍ତଫା କାରଣରୁ ସାରା ବିଶ୍ୱରେ ଆନନ୍ଦ ଖେଳିଯାଇଛି । ନୂଆଦିଲ୍ଲୀରେ ବିଶେଷ ଭାବେ ଉତ୍ସବ ପାଳନ କରାଯାଉଛି । ସୂଚନାଯୋଗ୍ୟ କି, ଗତ କିଛି ଦିନ ହେବ ଟ୍ରମ୍ପ ସରକାର ଆଫଗାନିସ୍ଥାନରେ ଭାରତ ପକ୍ଷରୁ ହେଉଥିବା କାର୍ଯ୍ୟର ମଜାକ ଉଡାଇଥିଲେ ।  ନକଲି ଖବରକାଗଜରେ ଦୁଇ ପ୍ରବାସୀ ଭାରତୀୟ ସାମ୍ବାଦିକ ହରିତା ଜାଡେଜା ଏବଂ ସୁଜନ ପଟେଲଙ୍କ ନାମ ରହିଛି । 

Subscribe

National International State Sports Entertainment