ଆମେରିକାରେ ଲାଗିପାରେ ଏମରଜେନ୍ସି, ସଙ୍କେତ ଦେଲେ ଟ୍ରମ୍ପ
Khabar Odisha:international-america-emergency-may-take-place-in-united-states-president-donald-trump-signs
ଆମେରିକା, ଫେବୃଆରୀ ୦୩(ଖବର ଓଡ଼ିଶା):

ମେକ୍ସିକୋ ସୀମାରେ ଚାଲିଥିବା ପ୍ରାଚୀର କାମକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିରୋଧୀ ଡେମୋକ୍ରାଟିକ ପାର୍ଟି ମଧ୍ୟରେ ଜାରି ଉତେଜନା ଥମିବାର ନାଁ ନେଉନାହିଁ । ଏହି ନିର୍ମାଣ କାମରୁ ପଛକୁ ହଟିବେ ନାହିଁ ବୋଲି ଟ୍ରମ୍ପ କହିସାରିଛନ୍ତି । ଏହା ଏକ ମହତ୍ୱକାଂକ୍ଷୀ ଯୋଜନା ହୋଇଥିବାରୁ ଏଥିପାଇଁ ଅର୍ଥ ସଂଗ୍ରହ କରିବା ପାଇଁ ରାଷ୍ଟ୍ରୀୟ ଏମରଜେନ୍ସି ଘୋଷଣା ହୋଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି । 

ଟ୍ରମ୍ପ ଅଣବଫବେଶକୁ ରୋକିବା ପାଇଁ ଆମେରିକାର ଦକ୍ଷିଣ ସୀମାରେ ପ୍ରାଚୀର ନିର୍ମାଣ ପାଇଁ ଅଡି ବସିଛନ୍ତି । ଏପରି କି କଥା ରାଷ୍ଟ୍ରୀୟ ଏମରଜେନ୍ସି ଯାଏଁ ପହଁଚି ଯାଇଥିବା ସେ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ହାଉସ ଅଫ ରିପ୍ରେଜେଂଟିଭର ବାଚସ୍ପତି ଦେଶର ବିକାଶ ବିରୋଧରେ ଅଛନ୍ତି । ଫଳରେ ଅର୍ଥାଭାବ ଦେଖାଯାଉଛି । ତେଣୁ ଅଥି ନିମନ୍ତେ ରାଷ୍ଟ୍ରୀୟ ଏମରଜେନ୍ସି ଘୋଷମା କରିବା ଏକମାତ୍ର ମାଧ୍ୟମ । 

ଅନ୍ୟପଟେ ଟ୍ରମ୍ପ ଆସନ୍ତା ମଙ୍ଗଳବାର ଦିନ ଷ୍ଟେଟ ଅଫ ୟୁନିଅନକୁ ସମ୍ବୋଧିତ କରିବେ । ହ୍ୱାଇଟ ହାଉସରୁ ଜାରି ବୟାନରେ ଟ୍ରମ୍ପଙ୍କ ସମ୍ବୋଧନ ଦେଶର ସକରାତ୍ମକ ଏବଂ  ଆଶାବାଦୀ ରହିବ ବୋଲି କୁହାଯାଇଛି ।

  • Tags:

Subscribe

National International State Sports Entertainment