ଆମେରିକାରେ ହା ହା କାର ପରିସ୍ଥିତି, ଗତ 24 ଘଣ୍ଟା ମଧ୍ୟରେ ରେକର୍ଡ 1480 ଜଣଙ୍କ ମୃତ୍ୟୁ
Khabar Odisha:corona-virus-covid-19-america-death-toll-global-record
ୱାଶିଂଟନ, ଏପ୍ରିଲ ୦୪ (ଖବର ଓଡ଼ିଶା):

କରୋନା ଭାଇରସ କାରଣରୁ ସମଗ୍ର ବିଶ୍ୱରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛି । ଦୁନିଆର ଅନେକ ଦେଶ କରୋନା ଭାଇରସର ମୁକାବିଲା କରିବାରେ ଅସମର୍ଥ ହୋଇ ହାତ ଟେକିଦେଲେଣି। ଏଥି ସହିତ, କରୋନା ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥିା ସର୍ବାଧିକ ରୋଗୀ ବର୍ତ୍ତମାନ ଆମେରିକାରେ ଚିତ୍କିସାଧୀନ ଥିବା ଜଣାପଡିଛି। ଆମେରିକାରେ କରୋନା ଜୀବାଣୁ ଯୋଗୁଁ ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 1400 ରୁ ଅଧିକ ଲୋକଙ୍କ ମୃତ୍ୟୁ ରେକର୍ଡ କରାଯାଇଛି।

ଜନ୍ ହପକିନ୍ସ ୟୁନିଭର୍ସିଟି ଟ୍ରାକରଙ୍କ କହିବାନୁସାରେ, ଆମେରିକାରେ ଗତ 24 ଘଣ୍ଟା ମଧ୍ୟରେ କରୋନା ଭାଇରସ୍ ଯୋଗୁଁ 1480 ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି | ମହାମାରୀ ଆରମ୍ଭ ହେବାଦିନ ଠାରୁ ବର୍ତ୍ତମାନ ସୁଦ୍ଧା 24 ଘଣ୍ଟା ମଧ୍ୟରେ ବିଶ୍ୱରେ କରୋନା ଜୀବାଣୁ ଯୋଗୁଁ ଏହା ସର୍ବାଧିକ ମୃତ୍ୟୁ ବୋଲି ଜଣାପଡିଛି ।

ଆମେରିକାରେ କରୋନା ଜୀବାଣୁ ଯୋଗୁଁ ଏପର୍ଯ୍ୟନ୍ତ 2.70 ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଏଥି ସହିତ ଆମେରିକାରେ କରୋନା ଜୀବାଣୁ ଯୋଗୁଁ ମୃତ୍ୟୁ ସଂଖ୍ୟା 7406 ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆମେରିକାରେ ପ୍ରାୟ 12 ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି।

  • Tags:

Subscribe

National International State Sports Entertainment