ନ୍ୟୁଜିଲ୍ୟାଣ୍ଡରେ ଭାରତୀୟଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଲେ ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ
Khabar Odisha:The-Prime-Minister-of-New-Zealand-has-banned-the-entry-of-Indians-into-New-Zealand

ନୂଆଦିଲ୍ଲୀ, ଏପ୍ରିଲ ୮ (ଖବର ଓଡ଼ିଶା): ଭାରତରେ ଏବେ ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି । ପୂର୍ବ ବର୍ଷ ଅପେକ୍ଷା ଏବେ ଅଧିକ ସଂଘାତିକ୍ ହେବାରେ ଲାଗିଛି ସ୍ଥିତି । ଏଭଳି ସମୟରେ ଅଧିକ କରୋନା ସଂକ୍ରମିତ ଦେଶ ପୁରା ବିଶ୍ୱ ପାଇଁ ଚିନ୍ତା ବଢାଇଥିବା ବେଳେ ଆଫ୍ରିକୀୟ ଦେଶ ଗୁଡିକ ପରେ ଭାରତରେ ଏବେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଭାରତୀୟ ପର୍ଯ୍ୟଟକଙ୍କ ଉପରେ ରୋକ୍ ଲଗାଇଛି ନ୍ୟୁଜିଲ୍ୟାଣ୍ଡ ।

ନ୍ୟୁଜିଲ୍ୟାଣ୍ଡରେ ଭାରତୀୟଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛନ୍ତି ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ । ଆସନ୍ତା ଏପ୍ରିଲ ୧୧ ରୁ ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଥିବା ସୂଚନା ଦେଇଛନ୍ତି ନ୍ୟୁଜିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡନ। କରୋନା ସଂକ୍ରମଣକୁ ଦଅଷ୍ଟିରେ ରଖି ନ୍ୟୁଜିଲ୍ୟାଣ୍ଡ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷପ ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି ।

ଭାରତରେ ବର୍ତମାନ ଦୈନିକ କରୋନା ସଂକ୍ରମଣ ୧ଲକ୍ଷ ପାର କରୁଥିବା ବେଳେ ଭାରତର ଏହି ସଂକ୍ରମଣ ଏବେ ଅନ୍ୟ ଦେଶ ଗୁଡିକ ପାଇଁ ମଧ୍ୟ ଭୟ ବଢାଇଛି ।

  • Tags:

Subscribe

National International State Sports Entertainment