ନୂଆ ଉପାୟରେ ଗୁଇନ୍ଦାଗିରି ଆରମ୍ଭ କରିଛି ଚାଇନା। ଆମେରିକାର ନର୍ଥ ୱେଷ୍ଟର୍ଣ୍ଣ ସହରର ମୋଣ୍ଟାନାରେ ଏହି ବେଲୁନର ଦୃଶ୍ୟମାନ ହୋଇଛି । ଏହା ଚୀନ ଦ୍ୱାରା ଛଡା ଯାଇଥିବାର ଆମେରିକା ପ୍ରତିରକ୍ଷା ବିଭାଗ ତରଫରୁ ସନ୍ଦେହ କରାଯାଇଛି। ଗୁଇନ୍ଦାଗିରି କରୁଥିବା ଏହି ବେଲୁନ୍କୁ ଗୁଳି କରି ଖସାଇ ଦେବାକୁ ପ୍ରତିରକ୍ଷା ବିଭାଗକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଜୋ ବାଇଡେନଙ୍କ ପରାମର୍ଶ କ୍ରମେ ଏହି ବେଲୁନକୁ ଖସାଇବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଲିଡ୍ ଅଷ୍ଟିନ ଓ ତୁଙ୍ଗ ସାମରିକ ଅଧିକାରୀ ଚିନ୍ତା କରୁଥିବା ସତ୍ତ୍ବେ ଧନଜୀବନ ହାନି ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇପାରୁନାହିଁ । ବେଲୁନ୍ଟି ଯୁକ୍ତରାଷ୍ଟ୍ର ଆମେରିକାର ଉତ୍ତରପଶ୍ଚିମ ଉଡୁଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ସେ ଅଞ୍ଚଳରେ ଗୁରୁତ୍ବପୂର୍ଣ୍ଣ ବିମାନଘାଟି ଏବଂ ଭୂତଳ ଗହ୍ବରରେ ଯୁଦ୍ଧ ନିମନ୍ତେ କ୍ଷେପଣାସ୍ତ୍ର ଗଚ୍ଛିତ ଅଛି। ତେବେ ଏହି ବେଲୁନ ସେମିତି କିଛି ବିପଦ ସୃଷ୍ଟି କରିବାକୁ ସକ୍ଷମ ହୋଇନି। କାରଣ ଆମେରିକା ଆକାଶରେ ପ୍ରବେଶ କରିବା ଦିନ ଠାରୁ ସୁରକ୍ଷାକର୍ମୀ ଏହାକୁ ଟ୍ରାକ୍ କରିବାରେ ଲାଗିଛନ୍ତି। କିଛି ଦିନ ତଳେ ହେଁ ଏହା ଆମେରିକା ଆକାଶରେ ପ୍ରବେଶ କରିଥିଲା। ପ୍ରବେଶ କରିବା ଦିନଠାରୁ ସୁରକ୍ଷାକର୍ମୀମାନେ ଏହା ଉପରେ ନଜର ରଖିଛନ୍ତି।