ଆଜି ନେପାଳର କାଠମାଣ୍ଡୁର ପୋଖରାରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାର ସମସ୍ତ ୭୨ଜଣଙ୍କ ମୃତଦେହ ଉଦ୍ଧାର ହୋଇସାରିଥିବା ସୂଚନା । ବିମାନଟି କାଠମାଣ୍ଡୁରୁ ପୋଖରା ଆସୁଥିଲା । ଦୁର୍ଘଟଣାର ସଠିକ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଧ୍ୱଂସାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି। ବିମାନଟି ସଂପୂର୍ଣ୍ଣ ଜଳି ସାରିଥିବାରୁ ଏହା ମଧ୍ୟରେ ଥିବା ସମସ୍ତ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାରଯାଉଛି। ମୃତକଙ୍କ ମଧ୍ୟରେ 5ଜଣ ଭାରତୀୟ ଓ 10 ଜଣ ବିଦେଶୀ ଯାତ୍ରୀ ଥିବା ଜଣାପଡିଛି । ଏହି ବିମାନ ଦୁର୍ଘଟଣାରେ ଜୀବନହାନି ହୋଇଥିବାରୁ ଭାରତର ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି: ନେପାଳରେ ଘଟିଥିବା ବିମାନ ଦୁର୍ଘଟଣାଜନିତ ଜୀବନହାନି ଅତ୍ୟନ୍ତ ଦୁଃଖର ବିଷୟ। ମୃତୁବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା।ଉଡ଼ାଣ ଭରିବାର 20 ମିନିଟ୍ ପରେ ପଶ୍ଚିମ ନେପାଳର ଓଲ୍ଡ ଓ ନିୟୁ ଏୟାରପୋର୍ଟ ମଧ୍ୟରେ 72 ସିଟ୍ ବିଶିଷ୍ଟ ଏଟିଆର -72 ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନେପାଳର ସିଭିଲ୍ ଆଭିଏସନ୍ ଅଥରିଟି ଅନୁସାରେ, ଆଜି ସକାଳ 10ଟା 33 ମିନିଟ୍ରେ ୟେଟି ଏୟାରଲାଇନ୍ସର 9N-ANC ATR-72 ଏୟାରକ୍ରାଫ୍ଟ କାଠମାଣ୍ଡୁରୁ ଉଡ଼ାଣ ଭରି ଥିଲା। ତେବେ ପୋଖରା ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ବିମାନଟି କ୍ରାଶ୍ ହୋଇଯାଇଥିଲା। ସେପଟେ ଦୁର୍ଘଟଣା ପରେ ନେପାଳ ସରକାର ଜରୁରୀ ବୈଠକ ଡାକିଛନ୍ତି। ଏହାସହ କାଠମାଣ୍ଡୁ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ପହଞ୍ଚିଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟରେ ନେପାଳ ସେନାବାହିନୀ ସାମିଲ ହୋଇଛନ୍ତି।