ଇସ୍ରାଏଲରେ ନେତନ୍ୟାହୁଙ୍କୁ ଲାଗିପାରେ ଝଟକା, ଏକଜିଟ ପୋଲର ଦାବି-ମିଳିବନି ବହୁମତ
Khabar Odisha:National-news-Israel-Election-Exit-Polls-Show-Benjamin-Netanyahu-Behind-Main-Rival
ନୂଆଦିଲ୍ଲୀ,ସେପ୍ଟେମ୍ବର ୧୮(ଖବର ଓଡିଶା):

ଇସ୍ରାଏଲ ଶେଷ ହୋଇଯିବ ବେଞ୍ଜାମିନ ନେତନ୍ୟାହୁ ଯୁଗ ? ଏକଜିଟ ପୋଲର ପରିଣାମ ଉପରେ ଯଦି ବିଶ୍ୱାସ କରିବା ତେବେ ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିବା ନେତନ୍ୟାହୁଙ୍କୁ ସଂସଦରେ ବହୁମତ ମିଳୁନାହିଁ । ଏପରି ସ୍ଥିତିରେ କ୍ରମାଗତଭାବେ ପାଞ୍ଚଥର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଚୁରମାର ହୋଇପାରେ । ନିର୍ବାଚନ ପ୍ରଚାର ସମୟରେ ନେତନ୍ୟାହୁ ସମସ୍ତ କଳ, ବଳ, କୌଶଳର ବ୍ୟବହାର କରିଥିଲେ । ସେ ନିଜର ବିଦେଶ ନୀତି ଏବଂ ଦୁନିଆରେ ଇସ୍ରାଏଲର ବୃଦ୍ଧି ପାଉଥିବା ଶକ୍ତିକୁ ଦର୍ଶାଇବା ପାଇଁ ପିଏମ ମୋଦୀ, ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତକାରର ଫଟୋ ନିଜ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରିଥିଲେ । 

ଚଳିତ ନିର୍ବାଚନରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ନେତୃତ୍ୱ ଉପରେ ଜନମତ ସଂଗ୍ରହ କରିବା ପରି ଦେଖାଯାଉଛି । ଯଦି ଏକଜିଟ ପୋଲ ଏବଂ ପରିଣାମ ସମାନ ରହେ ତେବେ କୌଣସି ପାର୍ଟିକୁ ବହୁମତ ମିଳୁନାହିଁ । 120 ସଂସଦୀୟ ବିଶିଷ୍ଟ ଇସ୍ରାଏଲର ସଂସଦରେ  ନେତନ୍ୟାହୁଙ୍କ ନେତୃତ୍ୱାଧିନ ଦକ୍ଷିଣପନ୍ଥୀ ଦଳକୁ 55-57 ଆସନ ମିଳିପାରେ । ଅନ୍ୟପଟେ ନେତନ୍ୟାହୁଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ବେନୀ ଗେଟ୍‌ଜଙ୍କ ବ୍ଲୁ ଏଣ୍ଡ ହ୍ୱାଇଟ ପାର୍ଟି ମଧ୍ୟ ମ୍ୟାଜିକ ନମ୍ୱର 61ରୁ ପଛରେ ରହୁଥିବା ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ଦେଶରେ ମେଣ୍ଟ ସରକାର ହୋଇପାରେ । 

ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏର ସାଧାରଣ ନିର୍ବାଚନରେ ଭାରତର ରୁଚି ରହିଛି । ସରକାରଙ୍କୁ ମଧ୍ୟ ବିଶ୍ୱାସ ଅଛି ଯେ ନେତନ୍ୟାହୁଙ୍କ ସହ ପିଏମ ମୋଦୀଙ୍କ ଯେଉଁ ସମ୍ପର୍କ ରହିଛି, ତାହା ଆଗକୁ ମଧ୍ୟ ଜାରି ରହିବ । ଦୁଇ ନେତାଙ୍କ ବନ୍ଧୁତା ସାରା ବିଶ୍ୱରେ ପରିଚିତ । ନିକଟରେ ଭାରତ ଏବଂ ଇସ୍ରାଏଲର ସମ୍ପର୍କ ଅଧିକ ମଜବୁତ ହୋଇଛି । ନେତନ୍ୟାହୁଙ୍କ ନିର୍ବାଚନ ସମୟରେ ପିଏମ ମୋଦୀଙ୍କ ସହ ତାଙ୍କର ଫଟୋ ବେଶ ଭାଇରାଲ ହୋଇଥିଲା ।   

Subscribe

National International State Sports Entertainment