ଆମେରିକା-ଚୀନ ଟ୍ରେଡ ୱାରରୁ ଭାତରୀୟ ଅର୍ଥ ବ୍ୟବସ୍ଥାକୁ ମିଳିବ ଲାଭ: ଅଧ୍ୟୟନ
Khabar Odisha:International-trade-war-India-to-get-benefit-of-trade-war-between-china-and-America-says-a-UN-report

ଜେନିଭା, ଫେବୃୟାରୀ ୦୬ (ଖବର ଓଡ଼ିଶା): ସଂଯୁକ୍ତ ରାଷ୍ଟ୍ରର ଏକ ଅଧ୍ୟୟନର ଏକ ରିପୋର୍ଟରେ କୁହାଯାଇଛି ଯେ, ଆମେରିକା ଏବଂ ଚୀନ ମଧ୍ୟରେ ବ୍ୟାପାର ଯୁଦ୍ଧ ଚାଲିଛି । ଏହି ବ୍ୟାପାର ଯୁଦ୍ଧ ଭାରତ ପାଇଁ ଲାଭ ପହଂଚାଇଛି । କାରଣ ଟ୍ରେଡ ୱାର ଯୋଗୁଁ ଭାରତର ରପ୍ତାନୀ ୩.୫ ପ୍ରତିଶତ ଦ୍ରୁତ ଗତିରେ ବଢ଼ିଛି । ହୋଇଛି ଉଇରୋପୀୟ ସଂଘକୁ ସର୍ବାଧିକ ଲାଭ ହୋଇଛି । ଉଇରୋପୀୟ ସଂଘ ଅତିରିକ୍ତ ୭୦ ମିଲିୟନ ଡଲାର ବ୍ୟବସାୟ କରିଛି । 

ୟୁଏନ କନଫ୍ରେନ୍ସ ଅନ ଟ୍ରେଡ ଆଣ୍ଡ ଡେଭଲପମେଣ୍ଟ ସୋମବାର ରିପୋର୍ଟରେ କହିଛି ଯେ, ୱାସିଂଟନ ଏବଂ ପେଇଚିଙ୍ଗ ମଧ୍ୟରେ ଚାଲିଥିବା ଟେରିଫ ଯୁଦ୍ଧ (ଜଣେ ଅନ୍ୟ ଉପରେ ଶୁଲ୍କ ଲଗାଇବା) ଯୋଗୁଁ ଅନ୍ୟ ଦେଶଗୁଡ଼ିକୁ ଲାଭ ହେଉଛି, ଯେଉଁଥିରେ ଅଷ୍ଟ୍ରେଲିଆ, ବ୍ରାଜିଲ, ଭାରତ, ଫିଲିପାଇନଓ, ପାକିସ୍ତାନ ଏବଂ ଭିଏତନାମା ସାମିଲ ଅଛନ୍ତି । ‘ଦ ଟ୍ରେଡ ୱାର୍ସ’ ଶୀର୍ଷକ ରିପୋର୍ଟରେ ଏହା କୁହାଯାଇଛି ଯେ, ଦ୍ୱିପାକ୍ଷିକ ଟେରିଫ ଏହି ଦେଶରେ କାମ କରୁଥିବା ଫର୍ମର ଲାଭ ପାଇଁ ଗ୍ଲୋବାଲ ଭାଗିଦାରୀ ଅବସ୍ଥା ବଦଳି ଯାଇଥାଏ, ଯାହାକି ସିଧା ପ୍ରଭାବିତ ହୋଇ ନଥାଏ । 

ଏହି ଅଧ୍ୟୟନରେ କୁହାଯାଇଛି ଯେ ଉଇରୋପୀୟ ରପ୍ତାନୀ ୭୦ ମିଲିୟନ ଡଲାର ଲାଭ ହେବ, ଯାହାକି ଜାପାନ, କାନାଡା ଏବଂ ମେକ୍ସିକୋର ରପ୍ତାନୀ ୨୦-୨୦ ମିଲିୟନ ଡଲାର ଲାଭ ହେବ । ୟୁଏନସିଟସଏଡି ରିପୋର୍ଟରେ କୁହାଯାଇଛି ଯେ, ଆମେରିକା-ଚୀନ ଉତ୍ତେଜନା ଯୋଗୁଁ ଅନ୍ୟ ଦେଶକୁ ଲାଭ ପହଂଚାଉଛି । 

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ବର୍ଷ ଚୀନରୁ ଆମେରିକା ଆମଦାନୀ ହେଉଥିବା ଷ୍ଟିଲ ଏବଂ ଆଲୁମିନିୟମ ଉପରେ ଟେରିଫ ଘୋଷଣା କରି ଦେଇଥିଲା । ଅପରପକ୍ଷେ ଆମେରିକାରୁ ଆମଦାନୀ ହେଉଥିବା ଜିନିଷ ପତ୍ର ଉପରେ ଚୀନ ଟେରିଫ ଲଗାଇ ଦେଇଥିଲା । 

 

  • Tags:

Subscribe

National International State Sports Entertainment