ଭାରତ ଉପରେ ଆକ୍ରମଣ ଜାରି ରଖିବେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ: ଆମେରିକା
Khabar Odisha:International-terror-Odisha-Pak-supported-militant-groups-will-continue-attacks-in-India-says-us-spymaster

ୱାସିଂଟନ, ଜାନୁଆରୀ ୩୦ (ଖବର ଓଡ଼ିଶା): ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସମୂହ ଭାରତ ଏବଂ ଆଫଗାନିସ୍ତାନ ଉଭୟ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବା ଜାରି ରଖିବେ । ଆମେରିକାର ଗୁଇନ୍ଦା ସଂସ୍ଥା ମୁଖ୍ୟ ଡେନ କୋଟସ ଏହା କହିଛନ୍ତି । କୋଟସ କହିଛନ୍ତି ଯେ, ପାକିସ୍ତାନର କିଛି ଗୋଷ୍ଠୀ ନୀତିଗତ ଭାବରେ ଏଭଳି ଷଡ଼ଯନ୍ତ୍ର କରୁଛନ୍ତି ଯେ, ଆଗାମୀ ଦିନରେ ପାକିସ୍ତାନକୁ ବଡ଼ ଧରଣର କ୍ଷତି ଘଟିପାରେ, ଯାହାକି ନିଶ୍ଚିତ ଭାବରେ କୁହାଯାଇପାରିବ ଯେ, ତାଲିବାନ ବିରୋଧରେ ଆତଙ୍କବାଦୀ ନିରୋଧ ଆମେରିକାର ଉଦ୍ୟମକୁ ମଧ୍ୟ ବିଫଳ କରିଦେବ । 

ଡେନ କୋଟସ ଗୁଇନ୍ଦା ପ୍ରସଙ୍ଗରେ ସଂସଦ (ସିନେଟ)ର ଚୟନ କମିଟିର ସଦସ୍ୟଙ୍କୁ କହିଛନ୍ତି, ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସମୂହ ଭାରତ, ଆଫଗାନିସ୍ତାନ ଏବଂ ଆମେରିକାର ବିରୋଧରେ ଯୋଜନା ପ୍ରସ୍ତୁତ କରିବା ସହିତ ବଡ଼ ଧରଣର କ୍ଷତି ଘଟାଇବାକୁ ଉଦ୍ୟମ କରୁଛନ୍ତି । କୋଟସ ଏବଂ ଅନ୍ୟ ଆମେରିକୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ବିଶ୍ୱବ୍ୟାପୀ ବିପଦ ଉପରେ ଆକଳନ କରିଛନ୍ତି । 

ଆମେରିକାରେ ସିଲେକ୍ଟ କମିଟି ସମ୍ମୁଖରେ ଉପସ୍ଥାପନ ହୋଇଥିବା ଲୋକଙ୍କ ମଧ୍ୟରେ ଡେନ କୋଟସଙ୍କ ବ୍ୟତୀତ ନିକଟରେ ଫେରିଥିବା ସିଆଇଏ ନିର୍ଦ୍ଦେଶକ ଜିନା ହେସପଲ, ଏଫବିଆଇ ନିର୍ଦ୍ଦେଶକ କ୍ରିଷ୍ଟୋଫର ରାୟ ଏବଂ ଆମେରିକା ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶକ ରବର୍ଟ ଆଶଲି ସାମିଲ ଥିଲେ । ଦକ୍ଷିଣ ଏସିଆ ଉପରେ କରାଯାଇଥିବା ଟିପ୍ପଣୀ ଆମେରିକୀୟ ଗୁଇନ୍ଦା ସଂସ୍ଥା ପ୍ରମୁଖ ଦ୍ୱାରା ୨୦୧୯ରେ ବିଶ୍ୱବ୍ୟାପୀ ବିପଦ ଉପରେ ଆକଳନର ଏକ ଅଂଶବିଶେଷ ଥିଲା, ଯାହାକୁ କି କୋଟ ପ୍ରମାଣପତ୍ର ଆଧାରରେ ସିଟେକ୍ଟ କମିଟି ସମ୍ମୁଖରେ ଉପସ୍ଥାପନ କରିଥିଲେ । କୋଟସ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ କ୍ରମାଗତ ଭାବରେ ବଢ଼ିଛି, ଯାହାକି ଦକ୍ଷିଣ ଏସିଆରେ ପରମାଣୁ ସୁରକ୍ଷା ଘଟଣା ସହିତ ଜଡ଼ିତ ଆଶାକୁ ଦ୍ୱନ୍ଦରେ ପକାଇଛି ।  

  • Tags:

Subscribe

National International State Sports Entertainment