ଭାରତକୁ ଚାରି ପାର୍ଶ୍ୱରୁ ଘେରିଲା ଚୀନ, ପୂର୍ବରୁ ଶ୍ରୀଲଙ୍କାରୁ ନେଲା ବନ୍ଦର, ଏବେ ସଡ଼କକୁ ଟାର୍ଗେଟ
Khabar Odisha:International-road-odisha-Sri-Lanka-to-borrow-1-billion-from-china-for-highway-project

ବେଜିଂ, ଫେବୃୟାରୀ ୦୨ (ଖବର ଓଡ଼ିଶା): ଭାରତକୁ ଚାରି ପାର୍ଶ୍ୱରୁ ଚୀନ ଘେରିଛି। ଯେଉଁ ପ୍ରକଳ୍ପକୁ ଶ୍ରୀଲଙ୍କାରେ ଭାରତ ନିର୍ମାଣ କରିବାର ଥିଲା, ସେହି କାମ ଚୀନ କରିବାକୁ ଯାଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ପାହାଡିଆ ପର୍ଯ୍ୟଟନ ଅଂଚଳ କାଣ୍ଡି ସହିତ ଯୋଡ଼ିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ ପାଇଁ ଶୀଘ୍ର ଚୀନ ସହିତ ଏକ ମିଲିୟନ ଡଲାର ଋଣ ବୁଝାମଣା କରିବାକୁ ଯାଉଛି। ଗତ ବର୍ଷ ଚୀନର ଏକ କମ୍ପାନୀ ଚୀନର ଏକ ବନ୍ଦରକୁ ୯୯ ବର୍ଷ ପାଇଁ ଠିକାରେ ନେଇଛି। କଲମ୍ବୋ ଏବଂ କାଣ୍ଡିକୁ ଯୋଡୁଥିବା ଏହି ରାଜପଥର ପ୍ରଥମ ପର୍ଯ୍ୟାୟ ନିର୍ମାଣ ଆର୍ଥିକ ସଂକଟ ଯୋଗୁଁ ଅଧିକ ସମୟ ଲାଗିଛି। ଚୀନରେ ଶ୍ରୀଲଙ୍କାର ରାଜଦୂତ କାରୁନସେନା କୋଡିଟୁଭାକ୍କୁଙ୍କୁ ଏଠାକାର ସରକାରୀ ଗଣମାଧ୍ୟମ କହିଛି। ଏକ ମିଲିୟନ ଡଲାର ପୁଞ୍ଜି ନିବେଶରେ ଏହି କେନ୍ଦ୍ରୀୟ ରାଜପଥ ପ୍ରଥମ ପର୍ଯ୍ୟାୟର କାମ ଶେଷ କରାଯିବ। 

ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଶ୍ରୀଲଙ୍କାର କଂସୋର୍ଟିୟମ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ଜାପାନୀ ଋଣ ବ୍ୟବସ୍ଥା କରାଯିବ। ଶ୍ରୀଲଙ୍କାର ସେଣ୍ଟ୍ରାଲ ବ୍ୟାଙ୍କ ପୂର୍ବରୁ କହିଥିଲା ଯେ, ଚଳିତ ବର୍ଷର ପ୍ରଥମ ତ୍ରୟୋମାସରେ ବ୍ୟାଙ୍କ ଅଫ୍‌ ଚୀନ ଠାରୁ ଏକ ମିଲିୟନ  ଡଲାର ଋଣ ମିଳିଛି। ଏହାକୁ ଆଗାମୀ ଦିନରେ ମିଳିବ। 

ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମସ୍‌ ଅନୁସାରେ କୋଡିଟଭାକ୍କୁ ସ୍ପଷ୍ଟ କରି ନାହାନ୍ତି ଯେ, ଋଣ ଟଙ୍କା କି ନୁହେଁ,ଏହାର ଏକ୍ସପୋର୍ଟ-ଇମ୍ପୋର୍ଟ ବ୍ୟାଙ୍କ ଅଫ୍‌ ଚୀନ ଏକ ମିଲିୟନ ଡଲାର ଋଣ ସହିତ ସଂପର୍କ ଅଛି ନାଁ ନାହିଁ। 

 

  • Tags:

Subscribe

National International State Sports Entertainment