କରୋନା ପିଡ଼ିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ହସ୍ପିଟାଲରେ ହେଲେ ଭର୍ତ୍ତି
Khabar Odisha:International-crorna-positive-Critish-Prime-Minister--Boris-Johnson-admitted-to-hospital

ଲଣ୍ଡନ, ଏପ୍ରିଲ ୦୬ (ଖବର ଓଡ଼ିଶା): କରୋନା ଭାଇରସରେ ପୀଡ଼ିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ବିଳମ୍ବିତ ରାତି ବ୍ରିଟିଶ କାର୍ଯ୍ୟଳୟ ପକ୍ଷରୁ ସ୍ଥାନୀୟ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ଜନସନଙ୍କ ଶରୀରରେ ଏବେ ବି କରୋନା ଲକ୍ଷଣ ଦେଖାଯାଉଛି ଏବଂ ତାଙ୍କୁ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଦଶ ଦିନ ପୂର୍ବରୁ ବୋରିସ ଜନସନଙ୍କ ଶରୀରରେ କରୋନା ପଜିଟିଭ ଲକ୍ଷଣ ଥିବା ଜଣାପଡ଼ିଥିଲା । ବ୍ରିଟିଶ ପିଏମଓ ତରଫରୁ କୁହାଯାଇଛି ଯେ, ତାଙ୍କୁ ହସ୍ପିଟାଲର ଜଣେ ଡାକ୍ତରଙ୍କ ପରାମର୍ଶ କ୍ରମେ ଭର୍ତ୍ତି କରାଯାଇଛି । କିନ୍ତୁ ସେ ସେଭଳି ଗୁରୁତର ଅବସ୍ଥାର ସମ୍ମୁଖୀନ ହୋଇ ନାହାନ୍ତି । ଜନସର ସରକାରଙ୍କ ମୁଖ୍ୟ ଭାବେ ଏବେବି କାମ ଜାରି ରଖିବେ । 

ସୂଚନାଯୋଗ୍ୟ ଗତ ମାର୍ଚ୍ଚ  ୨୬ରେ ବୋରିସ ଜନସନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଜନସନ ଯେତେବେଳେ ଆଇସୋଲେସନରେ ଥିଲେ, ସେହି ସମୟରେ ମଧ୍ୟ କାମ କରୁଥିଲେ । ଶୁକ୍ରବାର ଜାରି ହୋଇଥିବା ଭିଡିଓ ବାର୍ତ୍ତାରେ ଜନସନ କହିଥିଲେ ପୂର୍ବାପେକ୍ଷା ମୁଁ ଅଧିକ ସୁସ୍ଥ ଅନୁଭବ କରୁଛି । 

 

  • Tags:

Subscribe

National International State Sports Entertainment