ବ୍ୟାଙ୍ଗକକ୍, ମେ ୧୧ (ଖବର ଓଡ଼ିଶା): ଥାଇଲାଣ୍ଡରେ ପୋଲିସ ଜଣେ କଥିତ ବାବାଙ୍କୁ ଗିରଫ କରିଛି । ଏହି ବ୍ୟକ୍ତିଙ୍କ ନାମ ଥାୱୀ ନାନରା ଓ ତାଙ୍କର ବୟସ ୭୫ ବର୍ଷ ହେବ । ଏହି ବାବାଙ୍କୁ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ଯେ, ସେ ତାଙ୍କର ଅନୁଗାମୀମାନେ ପରିସ୍ରା ପିଉଥିଲେ ଏବଂ ମଳ ଖାଉଥିଲେ । ବାବାଙ୍କ ମାନସିକତା ଥିଲା ଯେ, ପରିସା ଓ ମଳ ସେବନ କରିବା ଦ୍ୱାରା ସେ ରୋଗ ମୁକ୍ତ ହେବେ ।
ରିପୋର୍ଟ ଅନୁସାରେ ଏହି ବାବା ଉତ୍ତର ଥାଇଲାଣ୍ଡର ଚାଇୟାଫମର ଜଙ୍ଗଲରେ ଥିବା ଏକ ଘର ଭିତରୁ ଗିରଫ ହୋଇଛନ୍ତି । ପୋଲିସ ଯେତେବେଳେ ଏହି ବାବାକୁ ଗିରଫ କରିବା ପାଇଁ ଯାଇଥିଲା, ସେଠାରେ ଏକ ଅପ୍ରୀତିକର ଘଟଣାର ସାମ୍ନା କରିଛି । ପୋଲିସ ଗଣମାଧ୍ୟମ ସଂସ୍ଥାକୁ କହିଛି ଯେ, ବାବାଙ୍କ ଆଶ୍ରମରୁ ୧୧ ମୃତଦେହ ମିଳିଛି । କୁହାଯାଉଛି ଯେ, ଏହା ବାବାଙ୍କ ଶିଷ୍ୟମାନଙ୍କର ମୃତଦେହ । ଅନ୍ୟ ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ବାବା ବେଆଇନ ଭାବେ ଜମି ଜବରଦଖଲ କରିଛନ୍ତି ଏବଂ ସେ କୋଭିଡ ନିୟମ ଉଲ୍ଲଂଘନ କରିଥିଲେ ।