ବିପଦ ସ୍ଥିତି ଅଛି, କୋଭିଡ-୧୯ ବିରୋଧରେ ବିଜୟ ପାଇଁ ଘର ଭିତରେ ରୁହନ୍ତୁ: ଡୋନାଲ୍ଡ ଟ୍ରମ୍ପ
Khabar Odisha:International-US-at-a-very-critical-phase-stay-indoors-to-win-war-against-COVID-19-Trump-tells-Americans

ୱାଶିଂଟନ, ଏପ୍ରିଲ ୦୩ (ଖବର ଓଡ଼ିଶା): ଆମେରିକା ଏବେ ବଡ଼ ବିପଦ ପରିସ୍ଥିତି ଦେଇ ଗତି କରୁଛି । କୋଭିଡ-୧୯ ବିରୋଧରେ ଲଢ଼ିବା ପାଇଁ ସମସ୍ତ ଆମେରିକୀୟବାସୀ ଘରେ ରୁହନ୍ତୁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାମର୍ଶ ଦେଇଛନ୍ତି । ଆଗାମୀ କିଛି ସପ୍ତାହ ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ଟ୍ରମ୍ପ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ହ୍ୱାଇଟ ହାଉସ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ, ମୋଟ ୩୩୦ ମିଲିୟନ ଲୋକଙ୍କ ମଧ୍ୟରୁ ଏବେ ୩୦୫ ମିଲିୟନ ଆମେରିକୀୟ ଘର ଭିତରେ ରହୁଛନ୍ତି । କରୋନା ଭାଇରସରେ ୨ ଲକ୍ଷ ୩୫ ହଜାର ଲୋକ ସଂକ୍ରମିତ ଅଛନ୍ତି । ଏପର୍ଯ୍ୟନ୍ତ ୫ ହଜାର ୮୦୦ ଲୋକଙ୍କ ମୃତ୍ୟୁ ହୋଇସାରିଛି । 

ଆମେରିକାରେ ସାମାଜିକ ଦୂରତ୍ୱ ଏପ୍ରିଲ ୩୦ ଯାଏଁ ଜାରି ରହିିବ । କରୋନା ଭାଇରସ ସହ ଲଢ଼େଇ କରବା ପାଇଁ ଏହା ହେଉଛି ବଡ଼ ଅସ୍ତ୍ର । କରୋନା ଭାଇରସ ବିରୋଧରେ ଆମେରିକା ଲଢୁଛି । ତେଣୁ ଆମେରିକୀୟ ନାଗରିକ ସରକାରଙ୍କ ଗାଇଡଲାଇନକୁ ଅନୁସରଣ କରନ୍ତୁ । ଏହା କେବଳ ୩୦ ଦିନ ପାଇଁ । ହ୍ୱାଇଟ ହାଉସରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏହା କହିଛନ୍ତି ।

ଆମକୁ ଆମେରିକୀୟଙ୍କ ଜୀବନ ବଞ୍ଚାଇବାର ଅଛି । ସେହିପରି ଆମକୁ କରୋନା ଭାଇରସ ସଂକ୍ରମଣକୁ ନିୟନ୍ତ୍ରଣ କରିବାର ଅଛି । ସାମାଜିକ ଦୂରତ୍ୱ, ଘରେ ରିହବା ଓ ସରକାରଙ୍କ ଗାଇଡଲାଇନ ପାଳନ କଲେ ଆମେ କରୋନା ବିରୋଧରେ ବିଜୟୀ ହୋଇପାରିବା ବୋଲି ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି । ଆମେ ଚିକିତ୍ସା ପାଇଁ ନୂତନ ରାସ୍ତା ବିକାଶ କରୁଛୁ । ଏଥି ପାଇଁ ଗବେଷଣା ଚାଲିଛି । ଆମେରିକା ପ୍ରତିଦିନ ୧ ଲକ୍ଷ ଲୋକଙ୍କ କରୋନା ଭାଇରସ ପରୀକ୍ଷା କରୁଛି ।  

 

  • Tags:

Subscribe

National International State Sports Entertainment