ନୂଆଦିଲ୍ଲୀ, ଜୁନ୍ ୧୨ (ଖବର ଓଡ଼ିଶା): ଫର୍ମୁଲା-୧ ଠାରୁ ନେଇ ମୋଟୋ ଜିପି ପର୍ଯ୍ୟନ୍ତ କାର ହେଉ ବା ବାଇକ୍ ହେଉ, ସମସ୍ତ ରେସିଂ ପ୍ରଶସଂକଙ୍କୁ ଯେତିକି ଖୁସିଥ ଦେଇଥାଏ, ଚାଳକଙ୍କ ପାଇଁ ଏହା କାଳ ମଧ୍ୟ ସାଜିଥାଏ । ଅନେକ ସମୟରେ ବଡ଼ ଦୁର୍ଘଟଣା ମଧ୍ୟ ଘଟିଥାଏ, ଯେଉଁଥିରେ କି ଚାଳକଙ୍କର ଜୀବନ ମଧ୍ୟ ଚାଲିଯାଏ । ଏଭଳି ଏକ ସଡ଼କ ଦୁର୍ଘଟଣାର ସାମ୍ନା କରିଛନ୍ତି ବାପା-ପୁଅ ।
ଆଇଲ ଅଫ୍ ମ୍ୟାନ୍ ଟିଟି ରେସ୍ ସମୟରେ ଦୁର୍ଘଟଣା ଘଟିଛି । ଏହି କାର୍ଯ୍ୟକ୍ରମରେ ଶୁକ୍ରବାର ସାଇଡକାରର ରେସିଂ ଅନ୍ୟ ଲ୍ୟାପ ସମୟରେ ୫୬ ବର୍ଷର ରୋଜନ ଷ୍ଟାକଟନ ଓ ତାଙ୍କର ୨୧ ବର୍ଷୀୟ ପୁଅ ବ୍ରେଡଲୀଙ୍କ ମୃତ୍ୟୁ ହୋଇଛି । ସାଇଡକାର ରେସିଂରେ ୩ ଚକିଆ ବାହନର ବ୍ୟବହାର କରାଯାଇଥାଏ । ଏହାର ବେଗ ଘଣ୍ଟା ପିଛା ୨୬୦ କିମି ରହିଥାଏ । ରୋଜର ଅଭିଜ୍ଞ ରେସର । କିନ୍ତୁ ତାଙ୍କର ପୁଅ ବ୍ରେଡଲୀ ପ୍ରଥମ ଥର ଏହି ରେସରେ ଅଂଶଗ୍ରହଣ କରିଥିଲେ । ରୋଜର ଓ ବ୍ରେଡଲୀ ଇଂଲଣ୍ଡର କ୍ରେଭେ ସହର ନିବାସୀ ଥିଲେ । ଏମାନେ ଘଣ୍ଟା ପିଛା ୨୫୦ କିମି ବେଗରେ ରେସିଂ କରୁଥିଲେ ।