କିଭ୍, ମେ ୧୮ (ଖବର ଓଡ଼ିଶା): ରୁଷିଆର ଶକ୍ତିଶାଳୀ ସେନା ସହିତ ୮୩ ଦିନ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବା ପରେ ଶେଷରେ ୟୁକ୍ରେନ୍ ସେନା ଆତ୍ମସମର୍ପଣ କରିଛି । ଫଳରେ ରୁଷିଆର ହାତମୁଠାକୁ ମାରିୟୁପୋଲ ସହର ଆସିଛି । ଏହି ସହରରେ ଷ୍ଟିଲ କାରଖାନାର ସୁଡଙ୍ଗରେ ରହି ଆକ୍ରମଣ କରୁଥିବା ୟୁକ୍ରେନ୍ ସେନା ରୁଷିଆ ସୈନିକଙ୍କ ଆଗରେ ଆତ୍ମସମର୍ପଣ କରିଛି । ମାରିୟୁପୋଲକୁ ନିଜ ଅକ୍ତିଆରକୁ ଆଣିବା ପରେ ରୁଷିଆ ସେନାର ଶକ୍ତି ବଢ଼ିଯାଇଛି ।
ମାରିୟୁପୋଲକୁ ବଞ୍ଚାଇବା ପାଇଁ ରୁଷିୟ ସେନା ବହୁ ଉଦ୍ୟମ କରିଥିଲେ । ମାରିୟୁପୋଲ ହେଉଛି ୟୁକ୍ରେନ୍ର ଅନ୍ୟତମ ଗୁରୁତ୍ୱ ସହର । କିନ୍ତୁ କ୍ରୀମିୟାରେ ବିଶୁଦ୍ଧ ଜଳ କମ ମିଳିଥାଏ । ଏହି ପାଣି ମାରିୟୁପୋଲ ଦେଇ ନଦୀକୁ ପ୍ରବାହିତ ହୋଇଥାଏ । ୨୦୧୪ରେ କ୍ରୀମିୟା ଉପରେ ଜବରଦଖଲ ପରେ ୟୁକ୍ରେନ୍ ଏହି ନଦୀର ପାଣି ନାଳ ରାସ୍ତାରେ କ୍ରୀମିୟା ଯିବାକୁ ଅଟକାଇ ଦେଇଥିଲା । ଫଳରେ ସେଠାରେ ଜଳସଂକଟ ଦେଖାଯାଇଥିଲା । ଏବେ ମାରିୟୁପୋଲ ଉପରେ ଆଧିପତ୍ୟ ସହିତ କ୍ରୀମିୟାରେ ମଧୁର ଜଳର ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯିବ ।
ମାରିୟୁପୋଲ ମାଧ୍ୟମରେ ୟୁକ୍ରେନ୍ ସମୁଦ୍ରରେ ଜଳପଥରେ ବ୍ୟବସାୟ କରୁଥିଲା ଏବଂ ସେଠାରୁ ଅଧିକ ନେଭି ଅପରେଟ କରିଥିଲା । ଏହି ସହର ଉପରେ ସଂପୂର୍ଣ୍ଣ ଅତିକ୍ରମଣ ଦ୍ୱାରା ୟୁକ୍ରେନ୍ ହାତରୁ ସମୁଦ୍ର ପଥରେ ହେଉଥିବା ବ୍ୟବସାୟ ଏବଂ ନେଭିର ପରିଚାଳନା ରାସ୍ତା ପାଖପାଖି ବନ୍ଦ ହୋଇଯାଇଛି ।