ନୂଆଦିଲ୍ଲୀ/ଢାକା, ଜୁନ୍ ୧୪ (ଖବର ଓଡ଼ିଶା): ମହାପୁରୁଷ ମହମ୍ମଦକୁ ନେଇ ଚାଲିଥିବା ବିବାଦକୁ ନେଇ ବାଂଲାଦେଶ କହିଛି, ଏହା ଭାରତର ଆନ୍ତରିକ ମାମଲା । ବାଂଲାଦେଶର ଜଣେ ମନ୍ତ୍ରୀ କହିଛନ୍ତି ଯେ, ମହାପୁରୁଷ ମହମ୍ମଦଙ୍କୁ ନେଇ ଟିପ୍ପଣୀ କରାଯିବା ପରେ ଉପୁଜିଥିବା ବିବାଦ ହେଉଛି ଭାରତର ଆନ୍ତରିକ ମାମଲା । ସେ କହିଛନ୍ତି ଯେ, ଅନ୍ୟ ମୁସଲିମ ଦେଶ ଭଳି ବାଂଲାଦେଶରେ ସେହିଭଳି କିଛି ପରିସ୍ଥିତି ଦେଖାଯାଇ ନାହିଁ । ବାଂଲାଦେଶ ସରକାର ଏହାରି ଉପରେ ବୁଝାମଣା କରିଛି ବୋଲି ହେଉଥିବା ଚର୍ଚ୍ଚାକୁ ବାଂଲାଦେଶ ମନ୍ତ୍ରୀ ଖାରଜ କରିଦେଇଛନ୍ତି ।
ବାଂଲାଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରୀ ହସନ ମହମ୍ମଦ ଏହି ପ୍ରସଙ୍ଗରେ ଭାରତ ସରକାର ଦ୍ୱାରା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ମହାପୁରୁଷ ମହମ୍ମଦଙ୍କୁ ନେଇ ଦିଆଯାଇଥିବା କୌଣସି ବ୍ୟକ୍ତିର ବୟାନକୁ ନିନ୍ଦା କରାଯିବା ଉଚିତ । ସେ କହିଛନ୍ତି ଯେ, ଉତ୍ତେଜିତ ଭାଷଣ ଦେବା ମାମଲାରେ ଭାରତରେ ମାମଲା ରୁଜୁ ହୋଇଛି । ଆଶା କରାଯାଉଛି ଯେ, ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱ ସରକାର ଏହି ପ୍ରସଙ୍ଗରେ ଚୁପ ରହିବା ନେଇ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ଯେ, ମହାପୁରୁଷ ମହମ୍ମଦଙ୍କ ଉପରେ ବୟାନ ଉପରେ ସରକାର କୌଣସି ବୁଝାମଣା କରିନାହାନ୍ତି । ସରକାର ଏଭଳି କାମ କରିପାରିବେ ନାହିଁ ।