ନୂଆଦିଲ୍ଲୀ, ସେପ୍ଟେମ୍ବର ୨୦ (ଖବର ଓଡ଼ିଶା): ଇସ୍ରାଏଲରେ ଏକ ୩୩୦୦ ବର୍ଷ ପୁରୁଣା ଗୁମ୍ଫା ଠାବ ହୋଇଛି, ଯାହାକି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଗୁମ୍ଫା ଭିତରେ ବହୁ ସଂଖ୍ୟାରେ ମାଟିପାତ୍ର ମିଳିଛି । ଏଥି ସହିତ କଂସାରେ ନିର୍ମିତ ବାସନ ମଧ୍ୟ ଠାବ ହୋଇଛି । ମଙ୍ଗଳବାର ଇସ୍ରାଏଲର ଏକ ବେଳାଭୂମି ପାଖରେ ଗୁମ୍ଫା ଭିତରେ ଅଭିଯାନ ଚାଲିଥିଲା । ଗୁମ୍ଫା ଭିତରେ ମିଳିଥିବା ଜିନିଷ ବାଦଶାହ ଥିବା ରାମେସେସ-୨ ସମୟର ବୋଲି କୁହାଯାଉଛି ।
ଇସ୍ରାଏଲ ଅର୍ଥରିଟି ଦ୍ୱାରା ଜାରି ଏକ ଭିଡିଓରେ ଗୁମ୍ଫାରେ ମିଳିଥିବା ସବୁ ସାମଗ୍ରୀ ଦେଖାଯାଉଛି । ସବୁ ପ୍ରକାରର ଜିନିଷର ଆକୃତି ଭିନ୍ନ ପ୍ରକାରର । ଏହି ସାମଗ୍ରୀ ଯେଉଁ ବାଦଶାହଙ୍କ କାର୍ଯ୍ୟକାଳରେ ମଳିଛି, ତାଙ୍କର ମୃତ୍ୟୁ ୧୨୧୪ ଇସା ପୂର୍ବରୁ ହୋଇସାରିଛି ।
ଗୁମ୍ଫା ଭିତରେ ମିଳିଥିବା ବାସନରେ ଅନେକ ପ୍ରକାର ଜିନିଷ ରହିଛି, ଯେଉଁଥିରେ କିଛି ଉପରେ ଲାଲ ରଂଗ ଦିଆଯାଇଛି । କିଛି ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଉଥିଲା । ଆଉ କିଛି ବାସନରେ ଖାଦ୍ୟକୁ ସୁରକ୍ଷିତ ଭାବେ ରଖାଯାଉଥିଲା ବୋଲି ଗବେଷକମାନେ ଅନୁମାନ କରୁଛନ୍ତି । ତେବେ ଗୁମ୍ଫା ଭିତରେ ଏକ ନରକଙ୍କାଳ ମଧ୍ୟ ମିଳିଛି । ସମୁଦ୍ର କୂଳରେ ଏକ ମ୍ୟାକେନିକ, ପ୍ଲାମାହିମ ନ୍ୟାଶନାଲ ପାର୍କର ଛାତ ଉପରେ କାମ ଚାଳିଥିବା ବେଳେ ଇସ୍ରାଏଲ ଆଣ୍ଟିକ୍ୟୁଟିଜ ଅର୍ଥରିଟିର ଏକ ଟିମ୍କୁ ଗୁମ୍ଫା ଭିତରେ ଏହି ସାମଗ୍ରୀ ମିଳିଛି ।