ଇସଲାମାବାଦ, ମେ ୨୦ (ଖବର ଓଡ଼ିଶା): ରାଜନୀତିରେ କିଛି ବି ହୋଇପାରେ । ମାତ୍ର ପାକିସ୍ତାନରୁ ଏଭଳି ଏକ ଭିଡିଓ ଆସିଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ । ରାଜନୀତି ଲୋକଙ୍କୁ ବେଳେ ବେଳେ ଏଭଳି ଅଡୁଆ ଭିତରେ ପକାଇ ଦେଇଥାଏ, ଯାହାକି ଚିନ୍ତା ମଧ୍ୟ କରି ହୋଇ ନଥାଏ । ଏହି ଭିଡିଓରେ ପାକିସ୍ତାନୀ ନେତା ଲୋକଙ୍କୁ ତରଭୁଜ ବାଣ୍ଟୁଛନ୍ତି । ତରଭୁଜ ଉପରେ ସଂପୃକ୍ତ ନେତା ଓ ରାଜନୈତିକ ଦଳର ନାଁ ଉଲ୍ଲେଖ ରହିଛି ।
ଏହି ଭିଡିଓ ପାକିସ୍ତାନର ଲାହୋରରୁ ଭାଇରାଲ ହୋଇଛି । ରିପୋର୍ଟ ଅନୁସାରେ ତରଭୁଜ ବାଣ୍ଟିଥିବା ନେତା ଜମାତ-ଏ-ଇସଲାମୀର କର୍ମୀ ଅହମଦ ସଲମାନ ବଲୁଚ । ସେ କିଛି ଦିନ ପୂର୍ବରୁ ଲୋକଙ୍କୁ ଏକ କୋଠାରୀରେ ଏକାଠି କରିଥିଲେ । କୋଠରୀ ଭିତରେ ବହୁତଗୁଡ଼ିଏ ତରଭୁଜ ରଖାଯାଇଥିଲା । ତରଭୁଜ ଉପରେ ତାଙ୍କର ନାଁ ଓ ଦଳର ନାଁ ଲେଖାଯାଇଥିଲା । ତରଭୁଜ ବାଣ୍ଟିବାର ଫଟୋ ମଧ୍ୟ ସେ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି । କିଛି ଘଣ୍ଟା ମଧ୍ୟରେ ଏହି କାର୍ଯ୍ୟକ୍ରମର ଫଟୋ ଭାଇରାଲ ହୋଇଛି ।