ପାକିସ୍ତାନର ଚିନ୍ତା ବଢ଼ିଲା; ଟିକା ନେଇଥିଲେ ବି ସାଉଦୀ ଆରବକୁ ପ୍ରବେଶ ମନା
Khabar Odisha:International-Pakistan-in-tension-as-Saudi-Arabia-bars-travelers-who-received-China-made-vaccine

ଇସଲାମାବାଦ, ଜୁନ ୦୯ (ଖବର ଓଡ଼ିଶା): ଚୀନ ଟିକାକୁ ନେଇ ପାକିସ୍ତାନ ପାଇଁ ଅଡୁଆ ବଢ଼ି ଚାଲିଛି । ଏବେ ସାଉଦୀ ଆରବ କହିଛି, ଚୀନର ଟିକା ନେଇଥିବା ଲୋକଙ୍କୁ ଦେଶରେ ପ୍ରବେଶ ମନା । ଯଦିଓ ଚୀନର ଟିକା ‘ସିନୋଫାର୍ମ’ ଓ ‘ସିନୋଭ୍ୟାକ’କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଂଜୁରୀ ପ୍ରଦାନ କରିଛନ୍ତି । କିନ୍ତୁ ସାଉଦୀ ଆରବ ସମେତ କିଛି ଦେଶ ଏହାକୁ ବିଶ୍ୱାସ କରୁ ନାହାନ୍ତି । ଏଥି ପାଇଁ ସାଉଦୀ ଆରବ ଏଭଳି ଲୋକଙ୍କୁ ପ୍ରବେଶ ପାଇଁ ମନା କରିଛି, ଯେଉଁମାନେ କି ଚୀନର ଟିକା ନେଇଛନ୍ତି । 

ସୂଚନା ଅନୁସାରେ ପାକିସ୍ତାନରୁ ବହୁ ସଂଖ୍ୟାରେ ଲୋକ ସାଉଦୀ ଆରବରେ କାମ କରୁଛନ୍ତି । ତେଣୁ ସାଉଦୀ ଆରବର ସରକାରଙ୍କ ନିଷ୍ପତ୍ତିରେ ପାକିସ୍ତାନୀ ନାଗରିକମାନଙ୍କୁ ଶକ୍ତ ଝଟକା ଲାଗିଛି । ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଷ ରଶୀଦ ନିକଟରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବ୍ୟକ୍ତିଗତ ଭାବେ ଏହି ମାମଲା ଉପରେ ନଜର ରଖିଛନ୍ତି । କାରଣ ସାଉଦୀ ଆରବ ସହିତ କିଛି ଆହୁରି ମଧ୍ୟ-ପୂର୍ବ ଦେଶ ଚୀର ଟିକାକୁ ସ୍ୱୀକାର କରି ନାହାନ୍ତି । ଡନ ରିପୋର୍ଟ ଅନୁସାରେ ସାଉଦୀ ଆରବରେ ଯେଉଁ ଟିକା ମଂଜୁରୀ କରାଯାଇଛି, ଏଥିରେ ଫାଇଜର, ଆଷ୍ଟ୍ରୋଜେନିକା, ମର୍ଡନା ଓ ଜନସନ ଆଣ୍ଡ ଜନସନ୍ ସାମିଲ ରହିଛି । 

 

  • Tags:

Subscribe

National International State Sports Entertainment