ପାକିସ୍ତାନ: ହିନ୍ଦୁ ମହିଳା ହେଲେ ଜଜ, ହାଇଦ୍ରାବାଦରେ ପଢ଼ିଥିଲେ, ଲତା ମଙ୍ଗେସକରଙ୍କୁ କରନ୍ତି ପ୍ରଶଂସା
Khabar Odisha:International-Pakistan-Odisha-Suman-Kumari-becomes-Pakistans-first-hindu-woman-judge

ଇସଲାମାବାଦ, ଜାନୁଆରୀ ୩୦ (ଖବର ଓଡ଼ିଶା): ସୁମନ କୁମାରୀ ପାକିସ୍ତାନର ଦେୱାନୀ ଅଦାଲତରେ ଜଜ ଭାବରେ ନିଯୁକ୍ତି ହୋଇଛନ୍ତି । ସେ ଦେଶର ପ୍ରଥମ ହିନ୍ଦୁ ମହିଳା ଜଜ ଭାବରେ ଇତିହାସ ରଚିଛନ୍ତି । ପାକିସ୍ତାନୀ ଗଣମାଧ୍ୟମରୁ ଏହା ଜଣାପଡ଼ିଛି । କମ୍ବର-ଶାହଦଦକୋଟ ନିବାସୀ ସୁମନ ନିଜର ପୈତୃକ ଜିଲ୍ଲାରେ ହିଁ ଜଜ ଭାବରେ ନିଯୁକ୍ତି ପାଇଛନ୍ତି । ଗଣମାଧ୍ୟମ ‘ଡନ’ ରିପୋର୍ଟ ଅନୁସାରେ ସୁମନ ହାଇଦ୍ରାବାଦରୁ ଏଲଏଲବି ଏବଂ କରାଚୀସ୍ଥିତ ସୟଦ ଜୁଲିଫିକାର ଅଲି ଭୁଟ୍ଟୋ ବିଜ୍ଞାନ ଏବଂ ପ୍ରଦ୍ୟୋଗିକୀ ପ୍ରତିଷ୍ଠାନରୁ ଆଇନ ବିଷୟରେ ସ୍ନାତ୍ତୋକତ୍ତର ପାସ କରିଛନ୍ତି । 

ସୁମନଙ୍କ ପିତା ପବନ କୁମାର ବୋଦାନ ଅନୁସାରେ ସୁମନ କମ୍ବର-ଶାହଦଦକୋଟ ଜିଲ୍ଲାର ଗରୀବଙ୍କୁ ମାଗଣାରେ ଆଇନ ସହାୟତ କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ଏହା ଏକ କଠିନ କାମ ହୋଇଥିଲେ ମଧ୍ୟ ସୁମନ ଏଭଳି ନିଷ୍ପତ୍ତି ନେଇଛନ୍ତି । ମାତ୍ର ସେ ଜାଣିଛନ୍ତି କାମ କଠିନ ହେଲେ ମଧ୍ୟ ନିଜର ପରିଶ୍ରମ ଏବଂ ସଚ୍ଚୋଟତା ବଳରେ ସେ ଏହା ହାସଲ କରିବାକୁ ପ୍ରତିଜ୍ଞାବଦ୍ଧ । 

ସୁମନଙ୍କ ପିତା ହୋଉଛନ୍ତି ଜଣେ ଚକ୍ଷୁ ବିଶେଷଜ୍ଞ ଏବଂ ତାଙ୍କର ବଡ଼ ଭାଇ ଜଣେ ସଫ୍ଟୱେର ଇଂଜିନିୟର । ତାଙ୍କର ଭଉଣୀ ଚାଟାର୍ଡ ଆକାଉଣ୍ଟେଣ୍ଟ । ସୁମନ ଗାୟିକା ଲତା ମଙ୍ଗେସକର ଏବଂ ଆତିଫ ଆସଲାମଙ୍କ ବଡ଼ ପ୍ରଶଂସକ । ପାକିସ୍ତାନରେ ଯଦିଓ ହିନ୍ଦୁ ପୁରୁଷ ଜଜ ହୋଇଛନ୍ତି, ମହିଳାଙ୍କ କ୍ଷେତ୍ରରେ ଏହା ହେଉଛି ନୂଆ । ହିନ୍ଦୁ ବିଚାରପତି ଜଷ୍ଟିସ ରାଣା ଭଗବାନଦାସ କମ ସମୟ ପାଇଁ ମୁଖ୍ୟ ବିଚାରପତି ଭାବରେ ୨୦୦୫ରୁ ୨୦୦୭ ଯାଏଁ ନିଯୁକ୍ତ ହୋଇଥିଲେ । ସୂଚନାଯୋଗ୍ୟ ଯେ, ପାକିସ୍ତାନର ମୋଟ ଜନସଂଖ୍ୟାର ୨ ପ୍ରତିଶତ ହେଉଛି ହିନ୍ଦୁ ଏବଂ ଇସଲାମ ପରେ ଦେଶରେ ହିନ୍ଦୁ ଧର୍ମ ହେଉଛି ଦ୍ୱିତୀୟ ବଡ଼ ଧର୍ମ । 

 

  • Tags:

Subscribe

National International State Sports Entertainment