କ୍ଷେତ୍ରୀୟ ସ୍ଥିରତାକୁ ଦୁର୍ବଳ କରିବାର ଅପଚେଷ୍ଟା ନକରୁ ପାକିସ୍ତାନ: ଆମେରିକା
Khabar Odisha:International-Odisha-us-general-told-pakistan-to-stop-the-behavior-of-weakening-regional-stability
ଓ୍ଵାଶିଂଟନ, ଫେବୃଆରୀ ୦୬(ଖବର ଓଡ଼ିଶା):

 ପାକିସ୍ତାନ ସର୍ବଦା ଆଫଗାନିସ୍ତାନକୁ ଅସ୍ଥିର ରଖିବାକୁ ଉଦ୍ୟମ କରୁଛି। ତେଣୁ କ୍ଷେତ୍ରୀୟ ସ୍ଥିରତାକୁ ଦୁର୍ବଳ କରିବା ପ୍ରୟାସ ପାକିସ୍ତାନ ବନ୍ଦ କରୁ ବୋଲି ଆମେରିକାର ଶୀର୍ଷ ଜେନେରାଲ କହିଛନ୍ତି। ସେ କହିଛନ୍ତି ଯେ ଆଫଗାନିସ୍ତାନରେ ସ୍ଥିରତା ଆଣିବା  ପାଇଁ ଆମେରିକାର ପ୍ରୟାସକୁ ପାକିସ୍ତାନ ରୋକୁଛି। ତେଣୁ ଏଥିରୁ ନିବୃତ୍ତ ରହି ଦକ୍ଷିଣ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ସକରାତ୍ମକ ଭୂମିକା ନିର୍ବାହ କରିବାକୁ ଆମେରିକା ପାକିସ୍ତାନକୁ କଠୋର ସ୍ଵରରେ କହିଛି। 

କଂଗ୍ରେସର ଏକ ଶୁଣାଣି ସମୟରେ ଆମେରିକା କେନ୍ଦ୍ରୀୟ ବଳର କମାଣ୍ଡର ଜେନେରାଲ ଯୋଶେଫ ବୋଟେଲ ମଙ୍ଗଳବାର ସାଂସଦଙ୍କୁ କହିଛନ୍ତି ଯେ,  ପାକିସ୍ତାନ ଓ ଆଫଗାନିସ୍ତାନ ଗତିବିଧିକୁ ସଞ୍ଚାଳନ କରୁଥିବା ଆତଙ୍କବାଦୀ ଆଫଗାନ ସ୍ଥିରତା ପ୍ରତି ସର୍ବଦା ବିପଦ ସୃଷ୍ଟି କରୁଛନ୍ତି। ସଶସ୍ତ୍ର ସେବା ସମିତିର ସଦସ୍ୟ କହିଛନ୍ତି ଯେ, ପାକିସ୍ତାନ ପରି କ୍ଷେତ୍ରୀୟ ଦେଶକୁ ଆମେ ଆଶା କରୁଛୁ ଯେ କ୍ଷେତ୍ରୀୟ ସୁରକ୍ଷାକୁ ଦୁର୍ବଳ କରିବା ପ୍ରୟାସ ବନ୍ଦ କରୁ ଏବଂ ଆଫଗାନିସ୍ତାନ ତଥା ପୂରା ଦକ୍ଷିଣ ଏସିଆରେ ଶାନ୍ତି ହାସଲ ପାଇଁ ସକରାତ୍ମକ ଭୂମିକା ନିଭାଉ। 

  • Tags:

Subscribe

National International State Sports Entertainment