ଚୀନକୁ ଏକ ଲକ୍ଷ କେଜି ଚୁଟି ବିକ୍ରି କଲା ପାକିସ୍ତାନ, ପାଇଲା ୯୪ ଲକ୍ଷ ଟଙ୍କା
Khabar Odisha:International-Odisha-pakistan-exports-over-100000-kg-human-hair-to-china
ଇସଲାମାବାଦ, ଜାନୁଆରୀ ୧୯(ଖବର ଓଡିଶା):

 ପାକିସ୍ତାନ ଚୀନକୁ ଗତ ପାଞ୍ଚ ବର୍ଷରେ ପ୍ରାୟ ୯୪  ଲକ୍ଷ ଟଙ୍କା ମୂଲ୍ୟର ଏକ ଲକ୍ଷ କିଲୋଗ୍ରାମ ମାନବ ଚୁଟି ରପ୍ତାନୀ କରିଛି। କାରଣ ଚୀନର ମେକ୍ ଅପ ଇଣ୍ଡଷ୍ଟ୍ରୀ ଯେମିତି ବିକାଶ କରୁଛି ସେଠାରେ ମାନବ ଚୁଟିର ଚାହିଦା ଅଧିକ ବଢିଛି।  ସ୍ଥାନୀୟ ସ୍ତରରେ ହେୟାର ଏକ୍ସେସରିଜର ଉତ୍ପାଦନ ହ୍ରାସ ପାଇବା କାରଣରୁ ଚୀନ ମାନବ ଚୁଟି ଏବେ ଆମଦାନୀ କରୁଛି।

ପାକିସ୍ତାନର ବାଣିଜ୍ୟ ଏବଂ ବୟନ ଶିଳ୍ପ ମନ୍ତ୍ରଣାଳୟ ନ୍ୟାସନାଲ ଆସମ୍ବେଲିକୁ ସୂଚନା ଦେଇ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷରେ ଚୀନକୁ ୧, ୦୫, ୪୬୧ କିଲୋଗ୍ରାମ ମାନବ ବାଳ  ରପ୍ତାନୀ କରିଛି। ପାକିସ୍ତାନ ଖବର କାଗଜ ଡନ ମୁତାବକ, ପ୍ରତିଷ୍ଠିତ ବ୍ୟୁଟିସିୟାନ ଏମ.ଏମ.ଚୌହାନ କହିଛନ୍ତି ଯେ ରପ୍ତାନୀ ବଢାଇବାର ଦ୍ଵିତୀୟ କାରଣ ଲୋକଙ୍କ ମଧ୍ୟରେ ଓ୍ଵିଗ୍ ପରିଧାନ କରିବା ଚଳନି ବଢିବାରେ ଲାଗିଛି। ଅନ୍ୟ କାରଣ  ଚୀନରେ ସ୍ଥାନୀୟ ସ୍ତରରେ ହେୟାର ଏକ୍ସେସରିଜର ଉତ୍ପାଦନରେ ହ୍ରାସ ଘଟିବା।

ଏମିତି ଯୋଗାଡ଼ କରାଯାଉଛି ଚୁଟି

ଚୌହାନ କହିଛନ୍ତି ଯେ, ଚୁଟି ଯୋଗାଡ଼କାରୀ ହେୟାର ସେଲୁନରେ  ନିଜର ଡଷ୍ଟିବନ ରଖିଛନ୍ତି। ଗ୍ରାହକଙ୍କ କଟା ଚୁଟିକୁ ସେଥିରେ ରଖାଯାଇଥାଏ। କିଲୋ ପ୍ରତି ୫୦୦୦ କିମ୍ବା ୬୦୦୦  ଟଙ୍କା ଦରରେ ଚୁଟି କଟାଯାଏ।  ଉଚ୍ଚ ଗୁଣବତ୍ତା ଚୁଟିକୁ  ଆମେରିକା ଓ ଜାପାନ ରପ୍ତାନୀ ମଧ୍ୟ କରାଯାଏ।

  • Tags:

Subscribe

National International State Sports Entertainment