ମେକ୍ସିକୋରୁ ଆସୁଥିବା ଅନୁପ୍ରବେଶକାରୀଙ୍କୁ ଟ୍ରମ୍ପଙ୍କ ଚେତାବନୀ, ଆମ ଦେଶ ଭରି ରହିଛି, ଫେରି ଯାଅ
Khabar Odisha:International-Odisha-Us-president-trump-warned-migrants-at-mexico-border-said-our-country-is-full-turn-around
ନୂଆଦିଲ୍ଲୀ, ଏପ୍ରିଲ ୦୬(ଖବର ଓଡ଼ିଶା):

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁସାରେ ୨୦୨୦ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ  ମେକ୍ସିକୋ ଓ ଆମେରିକା ସୀମା ପ୍ରସଙ୍ଗ ବଡ଼ ଭୂମିକା ନିଭାଇପାରେ। କାରଣ ସୀମାପାରରୁ ଆସୁଥିବା ଲୋକଙ୍କ ସହ ହେଉଥିବା ଦୁର୍ବ୍ୟବହାର ନେଇ ବିରୋଧୀ ଦଳର ନେତା ସମାଲୋଚନା କରିଥାନ୍ତି। କିନ୍ତୁ ବିନା ଅନୁମତିରେ ଅଧିକ ସଂଖ୍ୟକ ଅନୁପ୍ରବେଶକାରୀଙ୍କ ଦେଶରେ ପ୍ରବେଶକୁ ଟ୍ରମ୍ପ ରାଷ୍ଟ୍ରୀୟ ଜରୁରୀକାଳୀନ ମାନନ୍ତି ।

ଶୁକ୍ରବାର ଦିନ ଟ୍ରମ୍ପ ମେକ୍ସିକୋ- ଆମେରିକା ସୀମାରେ ଥିବା କେଲିକ୍ସିକୋ ଗସ୍ତ କରିଥିଲେ । ସେଠାରେ ପେଟ୍ରୋଲିଂ କରୁଥିବା ଏଜେନ୍ସି ସହ ଆଲୋଚନା ବେଳେ କହିଥିଲେ ଯେ ,ସୀମାରେ ବିନା ଅନୁମତିରେ ଅନୁପ୍ରବେଶ କରୁଥିବା ଲୋକଙ୍କ ଦ୍ୱାରା ଆମ ଆପ୍ରବସନ ପ୍ରଣାଳୀକୁ ବାଧା ସୃଷ୍ଟି ହେଉଛି ଯାହା ସେ କେବେ ସମ୍ଭବ ହେବାକୁ ଦେବେ ନାହିଁ ।  

ସେ କହିଛନ୍ତି, ଆମ ଦେଶ ଜନସଂଖ୍ୟାରେ ଭର୍ତ୍ତି, ଏବେ ଆମେ ଆପଣଙ୍କୁ ଦେଶରେ ରହିବାକୁ ଅନୁମତି ଦେଇ ପାରିବୁ ନାହିଁ। ତେଣୁ ଆମ ଦେଶରୁ ଫେରିଯାଅ। ଟ୍ରମ୍ପଙ୍କ ଏହି ଗସ୍ତ ସମୟରେ ସେଠାରେ ପ୍ରାୟ 200 ଲୋକ ବିରୋଧ ପ୍ରଦର୍ଶନ କରୁଥିଲେ। ପ୍ରଦର୍ଶନକାରୀ ମେକ୍ସିକୋ ଓ ଆମେରିକାର ପତାକା ନେଇ ପ୍ରଦର୍ଶନ ବେଳେ କହୁଥିଲେ ପରିବାରକୁ ଅଲଗା କରିବା ବନ୍ଦ କର ଯଦି ଏପରି କର ତେବେ ତାଙ୍କ ଆଗାମୀ ପିଢି ଏହାକୁ ଭାଙ୍ଗି ଦେବ ।   

 ଟ୍ରମ୍ପ ୱାଂଶିଟନ ଫେରିବା ସମୟରେ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଅନେକ ଚେତାବନୀ ଦେଇ ସେ ମେକ୍ସିକୋର ଅଧିକାରୀଙ୍କୁ ମନାଇବାରେ ସଫଳ ହୋଇଛନ୍ତି । ଯାହା ଫଳରେ ଉତ୍ତର ଦିଗରେ  ଆମେରିକାକୁ ପ୍ରବେଶ କରୁଥିବା ପ୍ରବେଶକାରୀଙ୍କ ଆସିବା ବନ୍ଦ କରାଯାଇଛି ।

Subscribe

National International State Sports Entertainment