ବର୍ତ୍ତମାନ ସରକାର ସହ ଆଲୋଚନା କରିବାରେ କୌଣସି ଫାଇଦା ନାହିଁ, ନିର୍ବାଚନ ପରେ ପ୍ରୟାସ କରିବୁ
Khabar Odisha:International-Odisha-pakistan-to-resume-talks-with-india-only-after-elections-minister
ଦୁବାଇ,ଜାନୁଆରୀ ୨୮(ଖବର ଓଡ଼ିଶା):

ପାକିସ୍ତାନ ୨୦୧୯ ଲୋକସଭା ନିର୍ବାଚନ ପରେ ପୁଣି ଥରେ ଭାରତ ସହିତ  ଆଲୋଚନା କରିବାକୁ ଚେଷ୍ଟା କରିବ। ପାକିସ୍ତାନର ଜଣେ ବରିଷ୍ଠ ମନ୍ତ୍ରୀ ଫଓ୍ଵାଦ ଚୌଧୁରୀ ସୋମବାର କହିଛନ୍ତି ଯେ ବର୍ତ୍ତମାନ ନୂଆଦିଲ୍ଲୀ ସହିତ ଆଲୋଚନା କଲେ କୌଣସି ଫାଇଦା ନାହିଁ କାରଣ ବର୍ତ୍ତମାନ ସରକାର ସହ ଆଲୋଚନା କଲେ କୌଣସି ସକରାତ୍ମକ ଜବାବ ମିଳିବ ନାହିଁ। ଦୁବାଇରେ ଗଲ୍ଫ ନ୍ୟୁଜ୍ ସହ ଆଲୋଚନା ବେଳେ  ଚୌଧୁରୀ ଏହି କଥା କହିଛନ୍ତି। ସେ କହିଛନ୍ତି ଯେ ଭାରତ ସହିତ ଆଲୋଚନା କରିବାର ଏହା ପ୍ରକୃଷ୍ଟ ସମୟ ନୁହଁ କାରଣ ସେଠାକାର ନେତା ଏବେ ଆଗାମୀ ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି।

ଚୌଧୁରୀ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ସେଠାରେ କୌଣସି ସ୍ଥାୟିତ୍ଵ ନାହିଁ, ସେ ପର୍ଯ୍ୟନ୍ତ କଥା ହେବାରେ କୌଣସି ଫାଇଦା ନାହିଁ। ତେଣୁ ନିର୍ବାଚନ ପରେ ନୂତନ ସରକାର ସହିତ ଆଲୋଚନା ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରିବାକୁ ପ୍ରୟାସ କରିବୁ। ବର୍ତ୍ତମାନ ଭାରତ ସହିତ ଆଲୋଚନା କରିବାର ପ୍ରୟାସକୁ ସ୍ଥଗିତ କରାଯାଇଛି କାରଣ ବର୍ତ୍ତମାନରେ ଥିବା ସରକାରଙ୍କୁ କୌଣସି ପ୍ରକାରର ବଡ଼ ନିଷ୍ପତ୍ତି ପାଇବାର ଆଶା ନାହିଁ। ଚୌଧୁରୀ କହିଛନ୍ତି ଯେ,  ପାକିସ୍ତାନ ଯେ କୌଣସି ଭାରତୀୟ ନେତା କିମ୍ବା ପାର୍ଟିକୁ ସ୍ଵୀକାର କରିବ ଯିଏ ଭାରତର ଜନତାଙ୍କ ଦ୍ଵାରା ଚୟନ ହୋଇ ଆସିବ। 

ଯେବେ ଚୌଧୁରୀଙ୍କୁ ପ୍ରଶ୍ନ କରାଗଲା ଯେ ପାକିସ୍ତାନ ପାଇଁ କେଉଁ ଭାରତୀୟ ନେତା ସବୁଠୁ ଅଧିକ ଉପଯୁକ୍ତ ରାହୁଲ ଗାନ୍ଧୀ କି ନରେନ୍ଦ୍ର ମୋଦୀ ? ଜବାବରେ ସେ କହିଲେ ଯେ, ଏଥିରେ ପାକିସ୍ତାନକୁ କୌଣସି ଫରକ ପଡ଼େ ନାହିଁ। ଯେଉଁ ନେତା ନିର୍ବାଚନ ପରେ କ୍ଷମତାକୁ ଆସିବେ, ଆମେ ତାଙ୍କ ସହିତ  ଆଲୋଚନା ଆରମ୍ଭ କରିବୁ। 

ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ଉରିରେ ହୋଇଥିବା ଆତଙ୍କବାଦୀ ହମଲା ଏବଂ ଏହା ପରେ ଭାରତ ପକ୍ଷରୁ ପାକ୍ ଅଧିକୃତ କାଶ୍ମୀରରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ପରେ ବନ୍ଦ ରହିଛି। ୨୦୧୭ଠୁ ଏ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ  ଦ୍ଵିପାକ୍ଷିକ ଆଲୋଚନା ହୋଇ ନାହିଁ। ଭାରତର ଦାବି ଏହା ଯେ, ଯେ ପର୍ଯ୍ୟନ୍ତ  ପାକିସ୍ତାନ ଆତଙ୍କର ରାସ୍ତା ପରିତ୍ୟାଗ କରି ନାହିଁ ସେ ପର୍ଯ୍ୟନ୍ତ  କୌଣସି ଆଲୋଚନା ସମ୍ଭବ ନୁହଁ। 

ଚୌଧୁରୀ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଖୋଲା ହେବାକୁ ଥିବା କରତାପୁର କରିଡର ଦୁଇ ଦେଶ ମଧ୍ୟରେ ବହୁତ ମହତ୍ଵପୂର୍ଣ୍ଣ ପଦକ୍ଷେପ କାରଣ ଏଥରେ କେବଳ ଶିଖ୍ ଶ୍ରଦ୍ଧାଳୁଙ୍କୁ  ସହାୟକ ହେବ ତା ନୁହେଁ ବରଂ ଭାରତ ଓ ପାକିସ୍ତାନ ସମ୍ବନ୍ଧରେ ଉନ୍ନତି ଆସି ପାରିବ। 

  • Tags:

Subscribe

National International State Sports Entertainment