କ୍ଷୀର ପାଇଁ ବିକଳ ହେଉଛି ପାକିସ୍ତାନ
Khabar Odisha:International-Odisha-Pakistan-is-facing-economic-despair-price-of-milk-reach-to-180-rupee-per-litre
ନୂଆଦିଲ୍ଲୀ, ଏପ୍ରିଲ ୧୩(ଖବର ଓଡ଼ିଶା):

ମହଙ୍ଗା ଦର ସହ ଚଳୁଥିବାପାକିସ୍ତାନ ଜନତାଙ୍କ ସମସ୍ୟା ଥମିବା ନାଁ ନେଉନାହିଁ । ପରିବା, ପେଟ୍ରୋଲ , ଡିଜେଲ ଆଜି ଜିନିଷର ଦର ବୃଦ୍ଧି ପରେ ଏବେ କ୍ଷୀର ମୂଲ୍ୟ ଅଧିକ ହେବାରୁ ପାକିସ୍ତାନରେ ଅସୁବିଧା ଦେଖାଦେଉଛି । 

ପୁଲୱାମା ଆକ୍ରମଣ ପାକିସ୍ତାନକୁ ଏକ ଘରକିଆ କରିଦେଇଛି । ସମସ୍ତ ସାମଗ୍ରୀ ଆମଦାନୀ କ୍ଷେତ୍ରରେ ତାକୁ ସମସ୍ୟା ସୃଷ୍ଟି କରିଛି ।  କରାଚି ଡାଏରୀ ଫାର୍ମ ହଟାତ କ୍ଷୀର ଲିଟର ପିଚ୍ଛା ୨୩ଟଙ୍କା ବୃଦ୍ଧି କରିଛି । ସେହି କାରଣରୁ ବର୍ତ୍ତମାନ କ୍ଷୀର ଲିଟର ୧୨୦ଟଙ୍କା ରହିଛି । ପାକିସ୍ତାନର ଖୁଚୁରା ବଜାରରେ କ୍ଷୀର ୧୦୦ରୁ ୧୮୦ ଟଙ୍କା ପ୍ରତି ଲିଟର ବିକ୍ରି ହେଉଛି । ପ୍ରଶାଶନକୁ ବାରମ୍ବାର କହିବା ସତ୍ୱେ ଦର ବୃଦ୍ଧି ନ କରିବାରୁ ଆଶୋସିଏସନ ଦରବୃଦ୍ଧି କରିଛି । ପ୍ରଶାସନ ପକ୍ଷରୁ କ୍ଷୀର ଲିଟର ପିଚ୍ଛା ୯୪ ଟଙ୍କା ନେବାକୁ  କୁହାଯାଇଥିଲା । ଖୁଚୁରା ବ୍ୟବସାୟୀ କିନ୍ତୁ ଏହା ନ ମାନି ଚଢା ଦରରେ କ୍ଷୀର ବିକ୍ରି କରୁଥିବାରୁ ତାଙ୍କ ଉପରେ କିଛି ପଦକ୍ଷେପ ନିଆଯିବାକୁ ପ୍ରଶାସନ କହିଛି । ପାକିସ୍ତାନରେ ୨୦୧୯ ମାର୍ଚ୍ଚରେ ବହୁତ ଦର ବୃଦ୍ଧି ଘଟିଛି । ସବୁ ସାମଗ୍ରୀ ମହଙ୍ଗା ହୋଇ ଦର ବୃଦ୍ଧି ୯.୪୧ ପ୍ରତିଶତରେ ପହଂଚିଛି । ୨୦୧୪ ଏପ୍ରିଲ ପରଠାରୁ ଏଥର ସର୍ବାଧିକ ଦରବୃଦ୍ଧି ହୋଇଛି । 

Subscribe

National International State Sports Entertainment