ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ମୃତ୍ୟୁ ୨ ଲକ୍ଷ ଟିପିଲା, ଆକ୍ରାନ୍ତଙ୍କ ସଂଖ୍ୟା ୬୭.୮୭ ଲକ୍ଷକୁ ବୃଦ୍ଧି
Khabar Odisha:International-Corona-virus-death-toll-reaches-938-lakh-297-crore-people-detected-in-world-wide

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୬ (ଖବର ଓଡ଼ିଶା): ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ମହାମାରୀରେ ବୁଧବାର ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୨ ଲକ୍ଷ ଅତିକ୍ରାନ୍ତ କରିଛି । ଭାଇରସ ଯୋଗୁଁ ୬୭ ଲକ୍ଷ ୮୭ ହଜାର ୭୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୧୭୮ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୪୦ ଲକ୍ଷ ୬୪ ହଜାର ୭୪୭ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୨୨ ହଜାର ୮୧୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୧୬୪ ଜଣ ଗୁରୁତର ଅଛନ୍ତି ।

ବିଶ୍ୱରେ ୨ କୋଟି ୯୭ ଲକ୍ଷ ୧୫ ହଜାର ୫୦୪ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୩୮ ହଜାର ୪୦୮ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟ ୧୫ ଲକ୍ଷ ୨୬ ହଜାର ୩୪୨୪ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଲକ୍ଷ ୫୦  ହଜାର ୬୭୪ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୦ ହଜାର ୯୦୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୪୩ ଲକ୍ଷ ୮୪ ହଜାର ୨୯୯ ସଂକ୍ରମିତ, ୧ ଲକ୍ଷ ୩୩ ହଜାର ୨୦୭ ମୃତ

ଋଷିଆ: ୧୦ ଲକ୍ଷ ୭୩ ହଜାର ୮୪୯  ସଂକ୍ରମିତ, ୧୮ ହଜାର ୭୮୫ ମୃତ

ପେରୁ: ୭ ଲକ୍ଷ ୩୮ ହଜାର ୨୦ ସଂକ୍ରମିତ, ୩୦ ହଜାର ୯୨୭ ମୃତ

କଲୋମ୍ବିଆ: ୭ ଲକ୍ଷ ୨୮ ହଜାର ୫୯୦ ସଂକ୍ରମିତ, ୨୩ ହଜାର ୨୮୮ ମୃତ 

ମେକ୍ସିକୋ: ୬ ଲକ୍ଷ ୭୧ ହଜାର ୭୧୬ ସଂକ୍ରମିତ, ୭୧ ହଜାର ୪୯ ମୃତ

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୫୧ ହଜାର ୫୨୧ ସଂକ୍ରମିତ, ୧୫ ହଜାର ୬୪୧ ମୃତ

ସ୍ପେନ: ୬ ଲକ୍ଷ ୩ ହଜାର ୧୬୭ ସଂକ୍ରମିତ, ୩୦ ହଜାର୪ ମୃତ 

ଚିଲି: ୪ ଲକ୍ଷ ୩୭ ହଜାର ୯୮୩ ସଂକ୍ରମିତ, ୧୨ ହଜାର ୪୦ ମୃତ

ପାକିସ୍ତାନ: ୩ ଲକ୍ଷ ୨ ହଜାର ୪୨୪  ସଂକ୍ରମିତ, ୬ ହଜାର ୩୮୯ ମୃତ 

 

  • Tags:

Subscribe

National International State Sports Entertainment