କଲମ୍ବୋ, ମେ ୧୨ (ଖବର ଓଡ଼ିଶା): ଆର୍ଥିକ ଓ ରାଜନୈତିକ ସଂକଟ ଯୋଉଁ ଶ୍ରୀଲଙ୍କାରେ ହିଂସା ଦେଖାଯାଇଛି । ପ୍ରଧାନମନ୍ତ୍ରୀ ପଦବିରୁ ସୋମବାର ଇସ୍ତଫା ଦେଲା ପରେ ମହିନ୍ଦା ରାଜପକ୍ଷେ ଗୋପନରେ କୌଣସି ଏକ ସ୍ଥାନରେ ଲୁଚିଛନ୍ତି । ଏହାରି ମଧ୍ୟରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଆମ ଦେଶ ରାଜନୌତିକ ଓ ଆର୍ଥିକ ସଂକଟର ସାମ୍ନା କରିଛି । ଅଧିକାଂଶ ଲୋକ ଓ ରାଜନୈତିକ ଦଳ ପରାମର୍ଶ ଦେଉଛନ୍ତି ଯେ, ସରକାର ଗଠନ ପାଇଁ ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ସହିତ ମେଣ୍ଟ କରାଯାଉ ।
ଗୋଟାବାୟା କହିଛନ୍ତି ଯେ, ମୁଁ ଗତ କିଛି ହେଲା ମେଣ୍ଟ ସରକାର ଗଠନ କରିବାକୁ ଉଦ୍ୟମ କରିଛି । ମୁଁ ମେଣ୍ଟ ସରକାର ଉପରେ ଦିଆଯାଇଥିବା ପରାମର୍ଶକୁ ସ୍ୱୀକାର କରୁଛି । ସେ କହିଛନ୍ତି ଯେ, ଏହି କଠିନ ସମୟରେ ଏହି ନିଷ୍ପତ୍ତି ନେଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ସପ୍ତାହ ମଧ୍ୟରେ ଶ୍ରୀଲଙ୍କାରେ ନୂଆ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି କରାଯିବ ।
ଗୋଟାବାୟା କହିଛନ୍ତି ଯେ, ମୁଁ ପୂରା ମନ୍ତ୍ରିମଣ୍ଡଳକୁ ହଟାଇ ଦେଇଛି ଏବଂ ଯୁବ ସାଂସଦଙ୍କ ସହିତ ବିନ କୌଣସି ରାଜପକ୍ଷେଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବା ପାଇଁ ପ୍ରସ୍ତୁତ ଅଛି । ସବୁ ଦଳର ଆଗ୍ରହ ଯୋଗୁଁ ପ୍ରଧାନମନ୍ତ୍ରୀ ଓ ପୁରୁଣା କ୍ୟାବିନେଟ ଇସ୍ତଫା ଦେଇଦେଇଥିଲା । ଆମେ ସମେସ୍ତ ଜାଣିଛେ ଯେ, ମେ’ ୯ ତାରିଖରେ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି ଦେଖାଯାଇଥିଲା । ଅଳ୍ପ ସମୟ ମଧ୍ୟରେ ଦେଶରେ ହିଂସା ବ୍ୟାପିଥିଲା ।