ପ୍ୟାରିସ୍, ମେ ୧୯ (ଖବର ଓଡ଼ିଶା): ଫ୍ରାନ୍ସରେ ମୁସିଲମ୍ ମହିଳାଙ୍କ ଦ୍ୱାରା ପିନ୍ଧାଯାଉଥିବା ସ୍ୱିମସୁଟ ବୁର୍କିନୀକୁ ନେଇ ପୁଣି ଥରେ ବିବାଦ ଆରମ୍ଭ ହୋଇଯାଇଛି । ଫ୍ୟାନ୍ସର ଗ୍ରେନୋବଲ ସହରର ମେୟର ସୋମବାର ସୁଇମିଙ୍ଗ୍ ପୁଲ ନିୟମକୁ ପରିବର୍ତ୍ତନ କରିଛନ୍ତି । ଏହା ପରେ ସରକାରୀ ସୁଇମିଙ୍ଗ୍ରେ ବୁର୍କିନୀ ସମେତ ସବୁ ପ୍ରକାରର ସୁଇମ୍ସୁଟ୍ ପିନ୍ଧିବାକୁ ସମସ୍ୟା ହେବ ନାହିଁ । ଏହାକୁ ନେଇ ଫ୍ରାନ୍ସର ଗୃହମନ୍ତ୍ରୀ ଗେରାଲ୍ଡ ଡାରମେନିନନ କହିଛନ୍ତି ଯେ, ଏହା ଅସ୍ୱୀକାର୍ଯ୍ୟ ଏବଂ ଏହା ସରକାରୀ ସୁଇମିଙ୍ଗ୍ ପୁଲରେ ବୁର୍କିନୀ ପିନ୍ଧିବା ନିଷ୍ପତ୍ତିକୁ ଓଲଟାଇ ଦେବେ ।
ବୁର୍କିନୀ ମୁସଲିମ ମହିଳାଙ୍କ ଦ୍ୱାରା ପିନ୍ଧାଯାଉଥିବା ସ୍ୱିମସୁଟ ଅଟେ, ଯାହାର ବ୍ୟବହାର ମହିଳାମାନେ ଗାଧୋଇବା ସମୟରେ ନିଜର କେଶ ଓ ଶରୀରକୁ ଢାଙ୍କିବାକୁ ବ୍ୟବହାର କରିଥାନ୍ତି । ଫ୍ରାନ୍ସରେ ଆଲୋଚକ ଏହି ଦେଶର ଇସଲାମୀକରଣର ପ୍ରତୀକ ଭାବେ ଦେଖନ୍ତି ଏବଂ ଏହା ସବୁବେଳେ ଏକ ବିବାଦସ୍ପଦ ପ୍ରସଙ୍ଗ ହୋଇ ଆସିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗ୍ରେନୋବଲଙ୍କ ଅଲପାଇନ ସହରର ମେୟର ସୋମବାର ଘୋଷଣା କରିଛନ୍ତି ଯେ, ସରକାରୀ ସୁଇମିଙ୍ଗ୍ ପୁଲରେ ମହିଳା-ପୁରୁଷ ନିଜର ପସନ୍ଦ ବସ୍ତ୍ର ପିନ୍ଧିପାରିବେ । ଯେଉଁଥିରେ କି ବୁର୍କିନ ମଧ୍ୟ ସାମିଲ ରହିଛି । ପୂର୍ବରୁ ମହିଳାଙ୍କ ପାଇଁ ସୁଇମିଙ୍ଗ୍ ପୁଲରେ ଏକ ପ୍ରକାରର ପାରମ୍ପରିକ ସ୍ୱିମସୁଟ ଓ ପୁରୁଷଙ୍କ ପାଇଁ ଟ୍ରଙ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଏବେ ଏହି ନିୟମ ବଦଳାଇ ଦିଆଯାଇଛି ।